ଯୁବ ଆଇଏଫଏସ ପ୍ରଶାନ୍ତ ପଟେଲ ଫୁଲବାଣୀ ନୂତନ ବନଖଣ୍ଡ ଅଧିକାରୀ

ଫୁଲବାଣୀ -୧୨\୦୯ ଯୁବ ଆଇଏଫଏସ ପ୍ରଶାନ୍ତ ପଟେଲ ନୂତନ ଭାବେ ଫୁଲବାଣୀ ବନଖଣ୍ଡ ଅଧିକାରୀ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି l ପଟେଲ ଡେ଼ରାଡ଼ୁନରୁ ଦକ୍ଷତାର ସହଗତ ୩୧ /0୮ /୨୨ରେ ଟ୍ରେନିଂ ସାରି ଫୁଲବାଣୀ ଡିଭିଜନର ଇନଚାର୍ଜ ଡ଼ିଏଫଓ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି l ଏଥି ପୂର୍ବରୁ ଫୁଲବାଣୀ ଡ଼ିଏଫଓ ଥିବା ଳକ୍ଷ୍ମୀଧର ବେହେରା ଆଇଏଫଏସ ଅବସର ଗ୍ରହଣ କରିବା ପରେ ବାଲିଗୁଡା ଡ଼ିଏଫଓ ବିସ୍ବରାଜ ପଣ୍ଡା ଫୁଲବାଣୀ ଡ଼ିଏଫଓ ଭାବେ ଅତିରିକ୍ତ ଦାଇତ୍ୱରେ ଥିଲେ l ନୂତନ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ ଵିଶେଷ କରି ଜଙ୍ଗଲ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି, ବନ୍ୟ ପ୍ରାଣୀ ସୁରକ୍ଷା ଓ ମୂଲ୍ୟବାନ ଜଙ୍ଗଲ ଯେପରି ନିଆଁ ଦାଉରୁ ରକ୍ଷା କରାଯିବ ସେ ଦିଗରେ ଦ୍ରୁଷ୍ଟି ଦେବେ ବୋଲି କୁହାଯାଇଛି l ପଟେଲ ଦାଇତ୍ୱ ଗ୍ରହଣ କରିବା ପରେ ସମସ୍ତ ରେଞ୍ଜର ଓ ବନ କର୍ମଚାରୀମାନେ ସ୍ଵାଗତ ସମ୍ବର୍ଧନା ଜଣାଇଥିଲେ l

Leave A Reply

Your email address will not be published.