ମା ଗଜଲକ୍ଷ୍ମୀ ପୂଜା କମିଟି ନୂତନ କର୍ମକର୍ତ୍ତା ନିର୍ବାଚନ

ମାନସ ସଭାପତି ଓ ସୁଜିତ ସମ୍ପାଦକ

ଫୁଲବାଣୀ -୧୨\୦୯ ଚଳିତ ବର୍ଷ ମା ଗଜଲକ୍ଷ୍ମୀ ଓ ରାବଣ ଦରବାର ମହୋତ୍ସବ ଜାକ ଜକମ ଓ ଶାନ୍ତି ଶୃଙ୍ଖଳାରେ ଆୟୋଜନ କରିବା ପାଇଁ ଏକ ନୂତନ ପରିଚାଳନା କମିଟି ଗଠନ କରାଯାଇଛି l ସଭାପତି ଭାବେ ମାନସ କୁମାର ବେହେରା, ଉପସଭାପତି ସୁନୀଲ ବେହେରା, ସମ୍ପାଦକ ସୁଜିତ ବେହରା, ସହ-ସମ୍ପାଦକ ଭାବେ ଅସୀମ ନାୟକ, କୋଷାଧ୍ୟକ୍ଷ ଭାବେ ମିଟୁ ମହାନନ୍ଦ, ସହ-କୋଷାଧ୍ୟକ୍ଷ ହେମନ୍ତ ଡିଗାଲ, ସାଂସ୍କୃତିକ ସମ୍ପାଦକ ଵିପୁନ ବେହେରା, ସହ-ସାଂସ୍କୃତିକ ସମ୍ପାଦକ ଗୁଡ୍ଡୁ ବେହେରା ଓ ସମ୍ବିତ ବେହେରାଙ୍କୁ ମନୋନୀତ କରାଯାଇଛି l ସେହି ଭଳି ଉପଦେଷ୍ଟା ଭାବେ ଶ୍ରୀବଚ୍ଛ ବେହେରା, ଦୀପକ ବେହେରା, ହୃଷିକେଶ ବେହେରା, କୁନା କହଁର, ଆଦିତ୍ୟ ନାୟକ, ଅମର ବେହେରା ପ୍ରମୁଖ ମନୋନୀତ ହୋଇଥିବା ସମ୍ପାଦକ ସୁଜିତ ବେହେରା କହିଛନ୍ତି l

Leave A Reply

Your email address will not be published.