ବରଗଡ଼ ଜିଲ୍ଲା ବରପାଲିଠାରେ ପଶ୍ଚିମ ଓଡ଼ିଶା ସୁନାରି ସମାଜର ବୈଠକ ଅନୁଷ୍ଠିତ

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ଠାରେ ପଶ୍ଚିମ ଓଡ଼ିଶା ସୁନାରି ସମାଜର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ପଶ୍ଚିମ ଓଡ଼ିଶା ସୁନାରି ସମାଜର ସଭାପତି ତଥା ବରିଷ୍ଠ ଆଇନଜୀବୀ ଗୈନ୍ତିଆ କୁମାର ସାହୁ ଯୋଗଦାନ ଦେଇଥିଲେ। ବରପାଲି ସମାଜର ସଭାପତି ସତ୍ୟନାରାୟଣ ଚିନ୍ଦରା ଓ ସଂଗଠକ ଯୋଗେନ୍ଦ୍ର ଚିନ୍ଦରାଙ୍କ ସମେତ ସମସ୍ତ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପରିଚାଳିତ କରିଥିବା ବେଳେ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରୁ ସମାଜର ମୁଖ୍ୟ ବ୍ୟକ୍ତି ବିଶେଷ ଯୋଗଦାନ ଦେଇ ସମାଜର ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ଆସନ୍ତା ଦିନରେ ବରପାଲି ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ସ୍ଥିର କରିଥିଲେ । ଆସନ୍ତା ଦିନରେ ବରପାଲିଠାରେ ହେବାକୁ ଥିବା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସମାଜର ସମସ୍ତ ବ୍ୟକ୍ତି ଯୋଗଦାନ ଦେବାପାଇଁ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.