ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ ଜେଲ ଓ ଜରିମାନା

ଫୁଲବାଣୀ ୧୪/୦୯ ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ସଂଜିତ କୁମାର ବେହେରା ବୁଧବାର ନାବାଳିକା ଦୁସ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ଫିରିଙ୍ଗିଆ ଥାନା ଅନ୍ତର୍ଗତ କେଲାପଡା ଗ୍ରାମର ରୋହିତ କହଁର ୨୧ ବର୍ଷକୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ସୁଚନା ଅନୁଯାୟୀ ଗତ ୨0୨0 ମସିହା ଖରା ଛୁଟି ସମୟରେ କ. ନୂଆଗାଁ ଥାନା ଅଞ୍ଚଳରେ ଦଶମ ଶ୍ରେଣୀରେ ପଢ଼ୁଥିବା ପୀଡିତା ଏକାକୀଘରେ ଥିବା ବେଳେ ସେହି ଅଞ୍ଚଳକୁ କୁଣିଆ ଯାଇଥିବା କେଲାପଡା ଗ୍ରାମର ରୋହିତ କହଁର ନାବାଳିକା ପୀଡିତା ଘରକୁ ଯିବା ଆସିବା କରି ନାବାଳିକା ସହ ପ୍ରେମ ସମ୍ପର୍କ ସ୍ଥାପନ କରି ଦୁଷ୍କର୍ମ କରିଥିଲାl ଫଳରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇପଡିଥଲା ଏ ନେଇ ପୀଡିତା ପରିବାରରେ ଜଣାଇଥିଲା l ଘଟଣା ଶୁଣିବାପରେ ପୀଡିତାର ମା କ.ନୂଆଗାଁ ଥାନାରେ ଏତଲା ଦେଇଥିଲେ l କ. ନୂଆଗାଁ ପୋଲିସ ୬୦/୨୦୨୦ରେ ମାମଲା ରୁଜୁ କରି ଅଭିଯୁକ୍ତ ରୋହିତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ଆଜି ବୁଧବାର ପୋକ୍ସୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା କୋଡିଏ ଜଣ ସାକ୍ଷୀ, ପୋଲିସ ରିପୋର୍ଟ, ଡାକ୍ତରୀ ରିପୋର୍ଟକୁ ଆଧାର କରି କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ସେହିପରି ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି l ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅସୀମ କୁମାର ପ୍ରହରାଜ ମୋକଦମା ପରିଚାଳନା କରୁଥିଲେ l

Leave A Reply

Your email address will not be published.