୬୬୨ କଲେଜ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ

ମାଲକାନଗିରି : ରାଜ୍ୟ ସଂଘର ଆହ୍ୱାନ କ୍ରମେ ଜିଲ୍ଲା ୬୬୨ କଲେଜ ସଂଘ ତରଫରୁ ଦରମାରେ ଅସମ୍ପତି ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା ତଥା ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡକାମିଙ୍କୁ ପ୍ରଦାନ କରାଯାଇଥିଲ।। ଗ୍ରେଡ ପେ ଅନୁସାରେ ସବୁ ବର୍ଗର ଅଧ୍ୟାପକଙ୍କୁ ଦରମା ପ୍ରଦାନ କରିବାକୁ ଦାବି ପତ୍ରରେ ଉଲ୍ଲେଖ ରହିଛିା ମାଲକାନଗିରି ପରି ଦୁର୍ଗମ ଅଞ୍ଚଳରେ କାର୍ଯ୍ୟରତ ଏହି ବର୍ଗର ଅଧ୍ୟାପକ ଓ କର୍ମଚାରୀଙ୍କୁ ପେନସନ୍ ତଥା ଚାକିରି ସର୍ତାବଲୀ ପ୍ରଦାନ କରିବାକୁ ଦାବି କରାଯାଇଥିଲ।। ଜିଲ୍ଲା ସଂଘ ତରଫରୁ ସଭାପତି ହିମାଂଶୁ ଦତ, ଦୁଷ୍ମନ୍ତ କୁମାର ଜେନା, ପ୍ରଶାନ୍ତ କୁମାର ପାଢି, କିଶୋର ପାତ୍ର, ଶ୍ରୀକାନ୍ତ ସାମଲ, ପରମାନନ୍ଦ ମହାପାତ୍ର, କୃଷ୍ଣଚନ୍ଦ୍ର ସେଠି, ଶିଶିର ସାହୁ, ପ୍ରମୁଖ ଏହି ଦାବି ପତ୍ର ପ୍ରଦାନ କରିଥିଲେ।

Leave A Reply

Your email address will not be published.