ଫୁଲବାଣୀ -୧୪\୦୯ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ କନ୍ଧମାଳ ଜିଲ୍ଲା ଡ଼େପୁଟି ମ୍ୟାନେଜେର ଆରସିଏଚ ଆଶିଷ କୁମାର ମହାନ୍ତିଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ, ପରିଚାଳନା ନିର୍ଦେଶକ ଶ୍ରୀମତୀ ଶାଳିନୀ ପଣ୍ଡିତ ଭୁବନେଶ୍ୱର ସ୍ଥିତ ହିନ୍ଦୁସ୍ଥାନ ଇଣ୍ଟେର୍ନେସନାଲ ହୋଟେଲରେ ଆୟୋଜିତ ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି l ଆଶିଷ ଲଗାତାର ଭାବେ ଗତ ୩ବର୍ଷ ଧରି ୨୦୧୯ -୨୦/୨୦୨୦ -୨୧/୨୦୨୧- ୨୨ ପୁରସ୍କୃତ ହୋଇଆସୁଛନ୍ତି l ଆଶିଷ ଟୀକାକରଣ ଓ ଡାକ୍ତରଖାନାରେ ପ୍ରସବ କାର୍ଯ୍ୟକ୍ରମକୁ ନିଷ୍ଠା, ଆନ୍ତରିକତା, ଉତ୍ସର୍ଗୀକୃତ ମନୋଭାବ ସହ ଦକ୍ଷତାର ସହ କାର୍ଯ୍ୟ କରି ଶତପ୍ରତିଶତ ସଫଳତା ହାସଲ କରିଥିବା ଯୋଗୁଁ ଏହି ପୁରସ୍କୃତ କରାଯାଇଥିଲା l ଆଶିଷଙ୍କ ପୁରସ୍କlର ପାଇବା ଖବର ଶୁଣି ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି l
