ମରଣକୁ ଡାକୁଛି ମୁଖ୍ୟ ରାସ୍ତାର ଗାତ ?

ଫୁଲବାଣୀ -୧୪/୦୯ ଫୁଲବାଣୀର ମୁଖ୍ୟ ରାସ୍ତା କୁହାଯାଉଥିବା ଜଗନାଥ ମନ୍ଦିର ଛକରୁ କଲେଜ ଛକ ରାସ୍ତା ଏବେ ମରାମତି ଅଭାବରୁ ଗୁଡ଼ି ବାହାରି ଯିବା ଫଳରେ ରାସ୍ତା ଅବସ୍ଥା କେତକ ସ୍ଥାନରେ ଖରାପ ହୋଇଯାଇଥିଲା ଏବେ ଦୁଇଦିନ ହେଲା ମୁଖ୍ୟ ରାସ୍ତାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ମଝିରେ ଦବିଯାଇ ଗାତ ହୋଇଯାଇଛି l ଫଳରେ ବାଇକ ଚାଳକ ଦୂର୍ଘଟଣାର ଶିକାର ବି ହେଲେ l ଦୁର୍ଘଟଣାକୁ ଏଡ଼ାଇବା ଲାଗି ପଥର ସହ ପୋଲିସ ଟ୍ରାଫିକ ଷ୍ଟାଣ୍ଡ ରଖାଯାଇଥିବା ଦେଖିବାକୁ ମିଳୁଛି l ତେବେ ଗାତ ମରାମତି ପାଇଁ ଦୁର୍ଘଟଣା ପୂର୍ତ୍ତି ବିଭାଗ ଯନ୍ତ୍ରୀଙ୍କ ଦ୍ରୁଷ୍ଟି ଆକର୍ଷଣ କରାଯାଇଥିଲେ ବି ମରାମତି ହୋଇନି ଏଯାଏଁ l ସେହିପରି ଅତିରିକ୍ତ ଜିଲ୍ଲାପାଳ ବାସଭବନ ଯିବା ରାସ୍ତାର ବୁଲାଣୀ ନିକଟରେ ବି ଡ୍ରେନ ରହିଛି ଓ ସୁରକ୍ଷା ବ୍ୟବସ୍ଥା ନଥିବାରୁ ବୁଲାଇବା ବେଳେ ଅସାବଧାନତା ଯୋଗୁଁ ଦୂର୍ଘଟଣା ହେଉଛି l ନିକଟରେ ପୂର୍ତ୍ତି ବିଭାଗ ଡ୍ରେନ ଉପରେ ପ୍ଲେଟ ପକାଇବା କାମ କରୁଛି l ଯନ୍ତ୍ରୀ କହିଲେ ତତକ୍ଷଣାତ ମରାମତି ହୋଇପାରନ୍ତା l ସେହିପରି ରାସ୍ତା ମରାମତି ପାଇଁ ରାସ୍ତା କଡରେ ଗୁଡ଼ି, ବାଲି ମଧ୍ୟ ଗଛିତ ରଖାଯାଇଛି l ଏଥିପ୍ରତି ଯନ୍ତ୍ରୀ ଦ୍ରୁଷ୍ଟି ଦେବାକୁ ଦାବି ହେଉଛି l ତେବେ କିଛି ଠିକାଦାର ଯନ୍ତ୍ରୀମାନଙ୍କ ଉପରେ ଲଗାତାର ଭାବେ ଆକ୍ରମଣ କରୁଥିବା ଓ ଥାନାରେ ମାମଲା ହେଉଥିବାରୁ ଯନ୍ତ୍ରୀ ଚାପରେ ରହିବା ସହନିଜକୁ ଅସୁରକ୍ଷିତ ମଣୁଥିବାରୁ କାର୍ଯ୍ୟ ପ୍ରତି ପୂର୍ବଭଳି ଆଗ୍ରହ ପ୍ରକାଶ କରୁନଥିବା ଦେଖାଯାଉଛି l ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଯନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇଦେଲେ ଉନ୍ନୟନ କାର୍ଯ୍ୟ ଠିକଠାକ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି l

Leave A Reply

Your email address will not be published.