ମାକୁ ହତ୍ୟା କରି ପୁଅ ଫେରାର ?

ଫୁଲବାଣୀ -୧୪/୦୯ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ସଙ୍କରାଖୋଲ ଗ୍ରାମର ସୁଣ୍ଡି ସାହିରେ ଜଣେ ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି l ମୃତ ଜଣଙ୍କ ହେଲେ ୭୦ ବର୍ଷର ବୃଦ୍ଧା ଲକ୍ଷ୍ମୀ ନାରାୟଣ ନାୟକ l ଟିକାବାଲି ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି l ଯାହା ସୂଚନା ରହିଚି ମୃତକଙ୍କ ପରିବାର ଲୋକେ ବୃଦ୍ଧାଙ୍କ ମୃତ୍ୟୁଙ୍କୁ ନେଇ କିଛି ସ୍ପଷ୍ଟ ଭାବେ କହି ପାରୁନାହାନ୍ତି l ତେବେ ବୃଦ୍ଧାଙ୍କ ପୁଅ ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ l ଗତ କାଲି ସନ୍ଧ୍ୟାରେ ମା ସହିତ କୁଆଡେ ବଚସା ହୋଇଥିଲା ସେଥିରେ ଉତ୍ୟକ୍ତ ହୋଇ ମା କୁ ମାରି ଫେରାର୍ ହୋଇଥିବା ନେଇ ଗ୍ରାମରେ ଚର୍ଚ୍ଚା ହେଉଛି l କିନ୍ତୁ ଟିକାବାଲି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇବା ସହ ଫେରାର୍ ହୋଇଥିବା ପୁଅକୁ ଖୋଜୁଥିବା ଜଣାପଡିଛି l କିନ୍ତୁ ଅନ୍ୟପକ୍ଷେ ବୃଦ୍ଧାଙ୍କ ଶବ ବ୍ୟବଚ୍ଛେଦ ପରେ କିଭଳି ମୃତ୍ୟୁ ଘଟିଲା ତାହା ଜଣାପଡ଼ିବ ବୋଲି ଆଶା କରାଯାଉଛି l

Leave A Reply

Your email address will not be published.