ଲରିକେତା ଘାଟି ତଳକୁ ଖସିଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଫୁଲବାଣୀ -୧୪\୦୯ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଲରିକେତା ଘାଟିରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଟ୍ରାକ୍ଟର l ତେବେ ସୌଭାଗ୍ୟ ବଶତଃ ଡ୍ରାଇଭର ଜଣଙ୍କ ବର୍ତ୍ତି ଯାଇଛନ୍ତି l ସୂଚନା ଯୋଗ୍ୟ ଯେ, ଦ୍ରୁତ ଗତିରେ ଟ୍ରାକ୍ଟର ଚାଳକ ଗାଡି ଚଳାଉଥିବାରୁ ଭାରସାମ୍ୟ ହରାଇ ଘାଟିର ରାସ୍ତା କଡ଼କୁ ଖସିଯାଇଥିଲା l ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ନମ୍ବର ହେଉଛି ଓ ଡି- ୧୨ ସି- ୨୮୬୨l ଦାରିଙ୍ଗବାଡି ପୋଲିସ ଖବରପାଇ ତଦନ୍ତ କରୁଛି l

Leave A Reply

Your email address will not be published.