ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ଗଣ ପ୍ରାଥମିକ ଚିକିତ୍ସା ତାଲିମ ପରିଚାଳନା

୧୦୦୦ କର୍ମଚାରୀ ଓ ବ୍ୟବସାୟୀ ସହଯୋଗୀ ଫାଷ୍ଟଏଡ ଓ ସିପିଆର ସମ୍ବନ୍ଧରେ ମୌଳିକ ଜ୍ଞାନ ଆହରଣ କରିଛନ୍ତି
ଝାରସୁଗୁଡ଼ା , ଓଡ଼ିଶା, ୧୪ ସେପ୍ଟେମ୍ବର ୨୦୨୨: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଏକ ପ୍ରଶିକ୍ଷଣ ଶିବିର ପରିଚାଳନା କରିଥିଲା ଯେଉଁଥିରେ ଏହାର କର୍ମଚାରୀ ଓ ବ୍ୟବସାୟୀ ସହଯୋଗୀ ଫାଷ୍ଟ ଏଡ ଓ ସିପିଆର ସମ୍ବନ୍ଧରେ ମୌଳିକ ଜ୍ଞାନ ଆହରଣ କରିଥିଲେ । ବୃତିଗତ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ପ୍ରଦାନ ଦିଗରେ କଂପାନିର ଆଭିମୁଖ୍ୟ ଫାଷ୍ଟ ଏଡ ଚିକିତ୍ସା ସହାୟତା ଏକ ଗୁରୁତ୍ପୂର୍ଣ୍ଣ ବିଷୟ ଅଟେ । ଏହି କାର୍ଯ୍ୟକ୍ରମରେ ୧୦୦୦ରୁ ଅଧିକ କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀ ଯୋଗ ଦେଇ ତାଲିମ ନେଇଥିଲେ । ବେଦାନ୍ତ ଝାରସୁଗୁଡ଼ାରେ ଫାଷ୍ଟ ଏଡରେ ୮୦୦ରୁ ଅଧିକ ପ୍ରଶିକ୍ଷିତ କର୍ମଚାରୀ ଅଛନ୍ତି ।

କମ୍ପାନିର ବୃତିଗତ ସ୍ୱାସ୍ଥ୍ୟ ଓ ନିରାପତା କ୍ଷେତ୍ରରେ ଏହି ପଦକ୍ଷେପ ସଂପର୍କରେ ଶ୍ରୀ ସୁନୀଲ ଗୁପ୍ତା, ସିଇଓ- ବେଦାନ୍ତ ଲିମିଟେଡ, ଝାରସଗୁଡ଼ା କହିଛନ୍ତି ଯେ ଆମେ ଏକ ଯତ୍ନ ସଂସ୍କୃତିର ପ୍ରତିପୋଷଣ କରୁଛୁ ଯେଉଁଠାରେ ଆମ କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀଙ୍କ ସ୍ୱାସ୍ଥ୍ୟ ଓ ଉନ୍ନତି ଉପରେ ପ୍ରାଥମିକତା ଦିଆଯାଉଛି । ଆମର ବୃତିଗତ ସ୍ୱାସ୍ଥ୍ୟ ପ୍ରୟାସ ଆମ କର୍ମଶାଳାର ବହୁମୁଖୀ କଲ୍ୟାଣ ସାଧନ କରିବ । କାର୍ଯ୍ୟ ବ୍ୟତୀତ ଆମେ ସ୍ଥାନୀୟ ଲୋକମାନଙ୍କର ସ୍ୱାସ୍ଥ୍ୟ ଓ ଜୀବନଶୈଳୀରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛୁ ।

କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀଙ୍କ ସ୍ୱାସ୍ଥ୍ୟ ଓ ଉନ୍ନତି ଉପରେ ଦୃଷ୍ଟି ଦେଇ କମ୍ପାନିର ଦ୍ୱାରା ଚାରିଗୋଟି ପ୍ରମୁଖ ବିଷୟ ଉପରେ ଧ୍ୟାନ ପ୍ରଦାନ କରାଯାଉଛି ।

ବୃତିଗତ ସ୍ୱାସ୍ଥ୍ୟ:
ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ କାର୍ଯ୍ୟ ସ୍ଥଳରେ ନିରାପତା ପ୍ରତି ଗୁରୁତ୍ୱ, ବୃତିଗତ ସ୍ୱାସ୍ଥ୍ୟଗତ ରୋଗର ଉପଶମ ପାଇଁ ପ୍ରତିଷେଧକ ମୂଳକ ପଦକ୍ଷେପ, ଉଦ୍ୟୋଗରେ ପରିଛନ୍ନତା ରକ୍ଷା ପାଇଁ ବିଶେଷଜ୍ଞଙ୍କ ଦ୍ୱାରା ନିୟମିତ ପ୍ରଶିକ୍ଷଣ, ସୁସ୍ଥତା ବଜାୟ ପାଇଁ ପ୍ଲାଂଟର ବିଭିନ୍ନ ସ୍ଥାନରେ ୱେଲନେସ କେନ୍ଦ୍ର ପ୍ରତିଷ୍ଠା ।

ବୃତିଗତ ଔଷଧ:
ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ତଦାରଖ ଓ ପରିଚାଳନା, ପ୍ରତିଷେଧକ ବ୍ୟବସ୍ଥା ଉପରେ କଡ଼ା ନଜର, କର୍ମଚାରୀ ଓ ବ୍ୟବସାୟୀ ସହଯୋଗୀଙ୍କ ପାଇଁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ତଥା ପ୍ରଭାବ ଆକଳନ ।

ପରିବାର ସ୍ୱାସ୍ଥ୍ୟ:
କର୍ମଚାରୀଙ୍କ ପରିବାରର ସୁସ୍ଥତା ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ତୁରନ୍ତ ପରାମର୍ଶ ପାଇଁ ଟେଲି ମେଡିସିନ ସୁବିଧା ଓ ପରାମର୍ଶ, ମା ଓ ଶିଶୁ ତଥା ବୟସ୍କଙ୍କ ପାଇଁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, କଂପାନିର ଟାଉନସିପରେ ନିୟମିତ ଯୋଗ ଶ୍ରେଣୀ ପରିଚାଳନା ।

ଗୋଷ୍ଠୀ ସ୍ୱାସ୍ଥ୍ୟ:
ମୋବାଇଲ ହେଲଥ ୟୁନିଟ ସେବା ଜରିଆରେ ୨୮ ଟି ଗ୍ରାମରେ ଲୋକମାନଙ୍କ ନିକଟରେ ପହଁଚି ସ୍ୱାସ୍ଥ୍ୟ ସେବା, ୫୫୦୦୦ ଲୋକ ଉପକୃତ । ବିଭିନ୍ନ ରୋଗ ସଂପର୍କରେ ଜନ ସଚେତନ କାର୍ଯ୍ୟକ୍ରମ, ପ୍ରୋଜେକ୍ଟ ଜାଗୃତି ଜରିଆରେ ଏଚଆଇଭି/ଏଡ୍ସ ସଂପର୍କରେ ପରାମର୍ଶ, ଅତ୍ୟାଧୁନିକ ମଲଟି ସ୍ପେଶିଆଲିଟି ପରୀକ୍ଷା ସୁବଧା, ଏହା ଦ୍ୱାରା ଝାରସୁଗୁଡ଼ାର ସ୍ଥାନୀୟ ଲୋକମାନେ ବହୁ ଭାବରେ ଉପକୃତ ।

ମହାମାରୀ ସମୟରେ ବେଦାନ୍ତ ଏହାର ପ୍ଲାଂଟରେ ଓ ଅତ୍ୟାଧୁନିକ ଝାରସୁଗୁଡ଼ା ସହରରେ ଲୋକମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ଜନ ସଚେତନ କାର୍ଯ୍ୟକ୍ରମ ସହ କର୍ମଚାରୀଙ୍କୁ ୧୦୦% ଟୀକାକରଣ ଓ ବ୍ୟବସାୟୀ ସହଯୋଗୀଙ୍କ ଟୀକାକରଣ କରାଇଛି । କଂପାନି ମଧ୍ୟ ଝାରସୁଗୁଡ଼ାର କୋଭିଡ ହସପିଟାଲକୁ ଉପକରଣ, ଆମ୍ବୁଲାନସ ଓ ୧୦୦ ବେଡ ଯୋଗାଇଛି ।

ବେଦାନ୍ତ ଆଲୁମିନିୟମ ଉତ୍ପାଦନ କରିବାରେ ଭାରତର ବୃହତମ ଉତ୍ପାଦକ ଓ ଆର୍ଥିକ ବର୍ଷ ୨୨ରେ ୨.୨୬ ମିଲିୟନ ଟନ ଆଲୁମିନିୟମ ଉତ୍ପାଦନ କରିଛି । ଏହା ବିଶ୍ୱଶ୍ରେଣୀର ୧.୭୫ ଏମଟିପିଏ ଆଲୁମିନିୟମ ସ୍ମେଲଟର ପ୍ଲାଂଟ ଓ ଝାରସୁଗୁଡ଼ାରେ ୩୬୧୫ ମେୱାର ତାପଜ ବିଜୁଳି ଉତ୍ପାଦନ କରୁଛି । ଏକମାତ୍ର ଭାରତୀୟ ସ୍ମେଲଟର ଭାବରେ ବିଶ୍ୱକୁ ୧ ନିୟୂତ ଟନ ଉତ୍ପାଦନ ଓ ଏକସପୋର୍ଟ କ୍ଲବ । ବେଦାନ୍ତର ଝାରସୁଗୁଡ଼ା ହେଉଛି ଏକ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦକ । ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତି, ଆର ଆଣ୍ଡ ଡି ଓ ଅଭିନବ ଦକ୍ଷତାକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave A Reply

Your email address will not be published.