ଯନ୍ତ୍ରୀ ଆକ୍ରମଣ ଘଟଣା, ଜଣେ ଗିରଫ, ଅନ୍ୟମାନେ କେବେ ??

ଫୁଲବାଣୀ -୧୫/୦୯ ଫୁଲବାଣୀ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଗାଳିଗୁଲଜ, ଅସଦାଚରଣ ମାମଲାରେ ପୋଲିସ ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଠିକାଦାର ସୂର୍ଯ୍ୟକାନ୍ତ ପଟନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗତ ୬ ତାରିଖ ଦିନ ସୂର୍ଯ୍ୟକାନ୍ତ ଓ ତାଙ୍କର କିଛି ସମର୍ଥକ ମିଶି ବିଳମ୍ବିତ ରାତିରେ ବାସଭବନରେ ପଶି ଗାଳିଗୁଲଜ କରିବା ସହ ଭଙ୍ଗାରୁଜା ଓ ଆକ୍ରମଣ ମଧ୍ୟ କରିଥିଲେ ସେହିପରି ଅଗଷ୍ଟ ୧୬ରେ ପୂର୍ତ୍ତି ବିଭାଗର ଅନ୍ୟଜଣେ ଯନ୍ତ୍ରୀଙ୍କୁ ଜଣେ ଠିକାଦାର ଛୁରୀ ଭୁସି ଆକ୍ରମଣ କରିଥଲା ହେଲେ ସେହି ମାମଲାରେ ପୋଲିସ କାହାରିକୁ ଗିରଫ କରିନାହିଁ l ସେହିପରି ମୁନିସିପାଲିଟି ଯନ୍ତ୍ରୀ ଇଂ. ନୀଳକଣ୍ଠ ନାୟକଙ୍କୁ ବାସଭବନ ସମ୍ମୁଖରେ କିଛି ଦୁର୍ବୁତ୍ତ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ l ଏହି ମାମଲାରେ ମଧ୍ୟ ପୋଲିସ ଗିରଫ କରିନି ଏଯାଏଁ l ଅଭିଯୁକ୍ତମାନଙ୍କୁ ଗିରଫ ଦାବୀ କରି ମୁନିସିପାଲିଟି ଅଧ୍ୟକ୍ଷl ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଓ କାଉନ୍ସିଲର ମାନେ ପୋଲିସର ବରିଷ୍ଠ ଅଧିକାରୀଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କରିଥିଲେ lଅପରପକ୍ଷେ ମୁନିସିପାଲିଟି ଯନ୍ତ୍ରୀ ଜୀବନ ପ୍ରତି ବିପଦ ଦର୍ଶାଇ ଲମ୍ବା ଛୁଟିରେ ଚାଲିଯାଇଛନ୍ତି l ଫଳରେ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ନେଇ ସମସ୍ୟା ସୃଷ୍ଟି ହୋଇଛି l ଏ ନେଇ ପୋଲିସକୁ ପଚାରିବାରେ ସେ ଅତିଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ନେଇ ପୋଲିସ ଯଥାସାଧ୍ୟ ଉଦ୍ୟମ କରୁଥିବା କହିଛନ୍ତି ଥାନା ଅଧିକାରୀ ସୁଶାନ୍ତ କୁମାର ସେଠି l

Leave A Reply

Your email address will not be published.