ଫୁଲବାଣୀ: ୧୫/୦୯ କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ଼ର ଆରାଧ୍ୟ୍ୟ ଦେବୀ ମାଆ ଭୈରବୀଙ୍କ ପ୍ରସିଦ୍ଧ ବାଲିଯାତ୍ରା ଉପଲକ୍ଷେ ମାଆ ଭୈରବୀ ବାଲିଯାତ୍ରା କମିଟି ଆନୁତୁଲ୍ୟରେ ବାଲିଗୁଡାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମାଆ ପାଟ୍ଟଖଣ୍ଡା ଲୋକ ନାଟକ ସଂଘ ମେଲୋଡି ଏବଂ ନାଟକ ରାଧା ପ୍ରେମଲୀଳା ମଞ୍ଚସ୍ଥ କରିଥିଲେ l ମୁଖ୍ୟ ଅତିଥି ଭାବେ ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷl ବାସନ୍ତୀ ମାଝୀ ମୁଖ୍ୟବକ୍ତା ଭାବେ ପୂର୍ବତନ ବାଲିଗୁଡା ବିଧାୟକ ରାଜୀବ ପାତ୍ର l ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ପରିଷଦ ସଭ୍ୟ ନବୀନ ପାତ୍ର ସ୍ଥାନୀୟ ସରପଞ୍ଚ ଏବଂ ଯାତ୍ରା କମିଟିଙ୍କ ଉପସ୍ଥିତିରେ ନାଟକର ଶୁଭ ଉଦଘାଟନ କରିଥିଲେ l ନାଟକ ରାଧା ପ୍ରେମଲୀଳାର ନିର୍ଦେଶକ ଅଭିମନ୍ୟୁ ବେହେରାଙ୍କ ନିର୍ଦେଶନାରେ ଅନୁଷ୍ଠାନର ଶିଶୁକଳାକାର ମାନେ ନିଖୁଣ ଅଭିନୟ କରି ଉପସ୍ଥିତ ଦର୍ଶକକୁ ବିମୋହିତ କରିଥିଲେ l ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଲୋକ ନାଟକ ବିଲୁପ୍ତ ପ୍ରାୟ ନାଟକ ରାଧା ପ୍ରେମଲୀଳା କନ୍ଧମାଳରେ ପ୍ରଥମ ଥର ପାଇଁ ସଂଘ ତରଫରୁ ଉଦ୍ଧାର କରାଯାଇ ଥିବାରୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି l ସଂଘର ସଭାପତି ଲଳିତ ପାତ୍ର ଅଧିକାରୀ ପ୍ରମୋଦ ଦଣ୍ଡସେନା ସମ୍ପାଦକ ପ୍ରକାଶ କୁମାର ସାହୁ କୋଷାଧକ୍ଷ ସଚ୍ଚିଦାନନ୍ଦ ପାତ୍ର l ଉପଦେଷ୍ଠା ଯୁଧିଷ୍ଠିର ପାତ୍ର ବିଜୟ ଅମାୟତ ବିଶ୍ୱଜିତ ସାହୁ ବିଶ୍ୱଜିତ ପାତ୍ର ପୁରସ୍ତମ ନାୟକ କେଦାର ନାୟକ ଗୋପାଳ କୃଷ୍ଣ ନାୟକ ଏବଂ ବାଲିଗୁଡା ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ l
