xmas

କ୍ରୀଡା ଶିକ୍ଷୟତ୍ରୀଙ୍କ ମାଡ଼ ମାରିବା ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଧାରଣା, ଦଣ୍ଡମୁକ୍ତ ଅଞ୍ଚଳ ନିୟମକୁ ଫୁ

ମାଲକାନଗିରି:୧୫/୯ ମାଲକାନଗିରି ଜିଲ୍ଲା କୋରକୋଣ୍ଡା ସିବାନନ୍ଦ ହାଇସ୍କୁଲ ଦଶମ ଶ୍ରେଣୀର ଛାତ୍ରଙ୍କୁ କ୍ରୀଡା ଶିକ୍ଷୟତ୍ରୀଙ୍କ ମାଡ ପ୍ରତିବାଦରେ ଛାତ୍ର ଓ ଛାତ୍ରୀ ମାନେ ଧାରଣାରେ ବସିଲେ l ଛାତ୍ର ଛାତ୍ରୀଙ୍କ ଅଭିଯୋଗ ଅନୁଯାଇ କ୍ରୀଡ଼ା ଶିକ୍ଷୟତ୍ରୀ ଜଣଙ୍କ ଆଗରୁ ଅନେକ ଥର ପିଲାମାନଙ୍କୁ ମାଡ଼ ମାରିବା ସହ ଗାଳିଗୁଲୋଚ କରିଥିବା ଅଭିଯୋଗ ପ୍ରଧାନ ଶିକ୍ଷକଙ୍କ କରିଥିଲେ ମଧ୍ୟ କଣ ସି ଶିକ୍ଷତ୍ରିଙ୍କ କୋଣ ସି ପରିବର୍ତ୍ତନ ଦେଖିବାକୁ ମିଳୁନଥିଲା l ଶେଷରେ ବାଧ୍ୟ ହୋଇ ଆଜି ପିଲାମାନେ ବିଦ୍ୟାଳୟ ଫାଟକ ସମ୍ମୁଖରେ ବସିଥିଲେ ପ୍ରାୟ ୧ ଘଣ୍ଟା ଧାରଣରେ ବସିବା ପରେ ବ୍ଲକ ଶିକ୍ଷା ଅଧିକାରୀ ଆସି ପିଲାଙ୍କୁ ବୁଝା ସୁଝା କରିବା ସହିତ ପିଲାଙ୍କୁ କଥା ଦେଇଥିଲେ ଯେ ଶିକ୍ଷୟତ୍ରୀଙ୍କ ବିରୋଧରେ ଦୁଡ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିବାପରେ ପିଲା ଧାରଣା ଉଠିଥିଲେ ଓ ସ୍କୁଲ ଭିତରକୁ ଗଲେ ତେବେ ସରକାରଙ୍କ ଦଣ୍ଡ ମୁକ୍ତ ଅଞ୍ଚଳ ନିୟମ କୁ ଫୁ କରି କି ପରି ପିଲାମାନଙ୍କୁ ମାଡ଼ ମାରିବା ଭଳି ଦଣ୍ଡ ବାରମ୍ବାର ଦେଉଥିଲେ ମଧ୍ୟ କାହିଁକି ଶିକ୍ଷା ବିଭାଗ ଅଧିକାର ମାନେ ନିରବ ଦୋସ୍ଥା ସାଜିଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ତେବେ ଆଜିର ଏହି ଘଟଣା ପରେ ଶିକ୍ଷା ବିଭାଗ କ୍ରୀଡା ଶିକ୍ଷୟତ୍ରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ହିଁ ଦେଖିବାକୁ ବାକି ରହିଲା l

Leave A Reply

Your email address will not be published.