ପୌରପରିଷଦ ଆମିଷ ମାର୍କେଟ ସ୍ଥାନାନ୍ତର ନେଇ ଆନ୍ଦୋଳନ

ଫୁଲବାଣୀ -୧୫/୦୯ ଫୁଲବାଣୀ ସହରରେ ଆମିଷ ବଜ଼ାର ବନ୍ଦରହିଛି ଗଲା ସପ୍ତାହେ ହେଲl ଫଳରେ ଲୋକେ ସୁବିଧା ଦେଖି ନିକଟସ୍ତ ଗାଁକୁ ଯାଇ ଆଣୁଛନ୍ତି l ଫୁଲବାଣୀ ପୌରପରିଷଦ ପକ୍ଷରୁ ମାଂସ, ଚିକେନ୍ ଓ ମାଛ ମାର୍କେଟ ୭ ଦିନ ମଧ୍ୟଟେ ଏଫସି ଆଇ ଛକ ନିକଟକୁ ସ୍ଥାନାନ୍ତରିତ ନେଇ ନୋଟିସ କରାଯାଇଛି। ଆଉ ସେଠାରେ ପୌରପରିଷଦ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ସୁନ୍ଦର ଆଧୁନିକ ଶୈଳୀରେ ସମସ୍ତ ଆନୁସଙ୍ଗିକ ସୁବିଧା ଥାଇ ମାର୍କେଟ କଂପ୍ଲେକ୍ସ କରାଯାଇଛି l ତେବେ ସହରଠୁ ଦୂର ହେଉଥିବା, ବ୍ୟବସାୟ ହେବନି ଓ ସୁବିଧା ନଥିବା ଆଳ କରି ଯିବାକୁ କୁଆଡେ ରାଜି ନୁହଁନ୍ତି ଆମିଷ ବିକ୍ରେତା l ଏହାକୁ ବିରୋଧ କରି ଏ ମାନେ ସାତ ଦିନ ପାଇଁ ବନ୍ଦ ଡାକରା ଦେଇ ସମସ୍ତ ଦୋକାନ ବଜ଼ାର ବନ୍ଦ ରଖିଛନ୍ତି l ଆଗାମୀ ସୋମବାର ପଯ୍ୟନ୍ତ ଏହି ଦୋକାନ ବନ୍ଦ ରହିବ ବୋଲି ମହାସଙ୍ଘ ନିଷ୍ପତ୍ତି ନେଇଥିବା ବେଳେ ଆଜି ମହାସଂଘ ପକ୍ଷରୁ ଫୁଲବାଣୀ ପ୍ରେସ୍ କ୍ଲବ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସଂଘର ସଭାପତି ଏସ କେ ସାହିଦ କହିଛନ୍ତି ପୌର ପରିଷଦ ଯେଉଁ ସ୍ଥାନକୁ ଯିବାକୁ କହିଛନ୍ତି ସେଇ ଠାରେ ଆନୁସାଙ୍ଗୀକ ବ୍ୟବସ୍ଥା କରାଯିବା ସହ ଫୁଲବାଣୀର ମେଡିକାଲ ଛକ, ହାଟପଦା ଓ ଏଫ ସି ଆଇ ଠାରେ ତିନୋଟି ଆମିଷ ବଜାର୍ କରାଯିବାର ଆବଶ୍ୟକତା ରହିଛି l ଏହି ସମ୍ପର୍କରେ ମହାସଂଘ ଜିଲାପାଳଙ୍କୁ ଭେଟି ଦାବି ଜଣାଇଥିବା କହିଛନ୍ତି ସଭାପତି l ଅପରପକ୍ଷରେ ସହରରେ ଯିଏ ଯେଉଁଠି ପାରିଲା ସାହି ବସ୍ତିରେ ମାଛ ମାଂସ ବିକ୍ରୀ କରି ପରିବେଶ ଦୂଷିତ କରୁଛନ୍ତି l ସହର ବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏଣୁ ପୌରପରିଷଦ ଆମିଷ ବ୍ୟବସାୟୀଙ୍କ ସହ ହୃଦୟ ଖୋଲା ଆଲୋଚନା କରି ସମସ୍ୟାର ସମାଧାନ କରି ଆମିଷ ବଜାରକୁ ସ୍ଥାନାନ୍ତର କରିବା ଆବଶ୍ୟକ l

Leave A Reply

Your email address will not be published.