xmas

ସଂଗ୍ରାମୀ ଦୋଳଗୋବିନ୍ଦ ଥିଲେ ସଂକଳ୍ପସିଦ୍ଧ ମଣିଷ; କଂଗ୍ରେସ ସେବାଦଳ ପକ୍ଷରୁ ସ୍ମୃତି ସମ୍ମାନ ସମାରୋହ ।

ଭୁବନେଶ୍ୱର, ତା. ୧୬.୯- ଭାରତ ଯୋଡ଼ୋ ଯାତ୍ରାର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଜଣାଇ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ୪ର୍ଥ ସ୍ମୃତି ଚାରଣ ଉତ୍ସବରେ ଓଡ଼ିଶାର ୪ଜଣ ସମର୍ପିତ କଂଗ୍ରେସ କାର୍ଯ୍ୟକର୍ତା ଓ୧୭ଜଣ ସେବାଦଳ ନିଷ୍ଠାପର କର୍ମୀଙ୍କୁ ସଂଗ୍ରାମୀ ଦୋଳଗୋବିନ୍ଦ ସ୍ମୃତି ସମ୍ମାନ -୨୦୨୨ରେ ସମ୍ବର୍ଦ୍ଧିତ କରାଯାଇଛି ।
ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନ ଠାରେ ରାଜ୍ୟ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଲେ ଯେ ସ୍ୱର୍ଗତ ଦୋଳ ଗୋବିନ୍ଦଙ୍କ ଭଳି ଜଣେ ସଂକଳ୍ପସିଦ୍ଧ ମଣିଷ ଆଜିର ସମାଜରେ ବିରଳ । ତାଙ୍କର ସମଗ୍ର ଜୀବନ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଗଢ଼ା । ବ୍ରହ୍ମପୁର ସ୍ୱତନ୍ତ୍ର କାରାଗାରରୁ ମୁକ୍ତି ପାଇଲା ପରେ, ଜେଲ ଭିତରେ ଶିକ୍ଷା କରିଥିବା ସମସ୍ତ ରଚନାତ୍ମକ କାର୍ଯ୍ୟକୁ ସେ ତାଙ୍କ ଗାଁରୁ ପ୍ରୟୋଗ ଆରମ୍ଭ କରି ସଫଳ ହେଲେ । ଯାହା ଫଳରେ ୱାର୍ଡ ମେମ୍ବରରୁ ମନ୍ତ୍ରୀ ଆସନ ଅଳଙ୍କୃତ କରି ପାରିଥିଲେ । କିନ୍ତୁ ଗର୍ବ ଓ ଅହଂକାର ତାଙ୍କୁ ସ୍ପର୍ଷ କରିପାରିନଥିଲା ।

ନିଖିଳ ଭାରତ କଂଗ୍ରେସ ସେବାଦଳର ଟ୍ରେନିଂ ଅଧିକାରୀ ଅଜିତ କୁମାର ଆଗାମୀ ଭାରତ ଯୋଡ଼ କାର୍ଯ୍ୟକ୍ରମରେ କଂଗ୍ରେସ ସେବାଦଳର ଭୂମିକା ଉପରେ ଆଲୋକପାତ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ସାଂସଦ ଶ୍ରୀ ଅନନ୍ତ ପ୍ରସାଦ ସେଠୀ ସଂଗ୍ରାମୀ ଦୋଳଗୋବିନ୍ଦଙ୍କୁ ଜଣେ କଂଗ୍ରେସ ସମର୍ପିତ ପ୍ରାଣ ବୋଲି ବର୍ଣ୍ଣନା କରିଥିଲେ । ମୁଖ୍ୟ ବକ୍ତା ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ଗାନ୍ଧୀ ମଣିଷ ଦୋଳଗୋବିନ୍ଦଙ୍କୁ ଜଣେ ଯୋଗୀ ପୁରୁଷ ଭାବେ ତାଙ୍କ କାର୍ଯ୍ୟର ପ୍ରଂଶସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀ ଯଜେ୍ଞଶ୍ୱର ବାବୁ, ଶ୍ରୀ ଶିବାନନ୍ଦ ରାୟ, ଶ୍ରୀ ନକୁଳ ଚନ୍ଦ୍ର ମଲ୍ଲିକ, ଶ୍ରୀ ଗଣେଶ୍ୱର ବେହେରା, ଶ୍ରୀ ଜ୍ଞାନଦେବ ବେହୁରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ ପ୍ରମୁଖ ସଂଗ୍ରାମୀ ଦୋଳଗୋବିନ୍ଦ ଛାତ୍ର ଜୀବନରୁ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ ବୋଲି ସ୍ମୃତି ଚାରଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ସଂଗ୍ରାମୀ ଦୋଳ ଗୋବିନ୍ଦ ସ୍ମୃତି ସମ୍ମାନ, ଶ୍ରୀ ବିଧାନ ଚନ୍ଦ୍ର ରାୟ, ଶ୍ରୀ କିଶୋର ଜେନା, ଶ୍ରୀ ଅଶୋକ କୁମାର ସିଂହ, ଶ୍ରୀ ଜ୍ୟୋତିଷ କୁମାର ସାହୁ, ଶ୍ରୀ କରୁଣାକର କର, ଶ୍ରୀ ରାମ କୃଷ୍ଣ ପରିଡ଼ା, ଶ୍ରୀ ରବିନ୍ଦ୍ର କୁମାର ରାଉତ, ଶ୍ରୀ ସୀତାବଲ୍ଲଭ ମହାପାତ୍ର, ସୁଶ୍ରୀ ରଞ୍ଜିତା ମଲ୍ଲିକ, ଶ୍ରୀ କିଶୋର କାପୁର, ଶ୍ରୀ ବସନ୍ତ କୁମାର ସାମଲ, ଶ୍ରୀ ପ୍ରଫୁଲ ପାଢ଼ୀ, ଶ୍ରୀ ରବିନ୍ଦ୍ର କୁମାର ସାବୁତ, ଶ୍ରୀ ମୁନୁ ସରାଫ, ଶ୍ରୀ ଲଳିତ କୁମାର ଡାଳୁଆ,ଶ୍ରୀ ବିପିନ ବିହାରୀ ନାୟକ, ଶ୍ରୀ ଜବାହର ଜେନା, ଶ୍ରୀ ଆଶିଷ କୁମାର ପତି, ଶ୍ରୀ ଅବଦୁଲ କୁଦୁସ, ଶ୍ରୀ ମୁନା ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ସେବାଦଳ କାର୍ଯ୍ୟକର୍ତା ଶ୍ରୀ ମହମ୍ମଦ ଶାହାଦୁଲ୍ଲା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପାତ୍ର ପଡ଼ାସ୍ଥ ବନ୍ୟ ଓ ପଶୁ ସଂପଦ ବିଭାଗର ସ୍ମୃତି ବନଠାରେ ସ୍ମୃତି ବୃକ୍ଷର ପୂଜା କରାଯାଇଥିଲା । ଭାରାପ୍ରାପ୍ତ ଅଧିକାରୀ ଶ୍ରୀମତୀ ରଶ୍ମିରେଖା ପରିଡ଼ା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ସଂଗ୍ରାମୀ ଦୋଳଗୋବିନ୍ଦଙ୍କ ପୁତ୍ର ସର୍ବଶ୍ରୀ ଦେବରାଜ ପ୍ରଧାନ, ପୁଷ୍ପରାଜ ପ୍ରଧାନ, ପୃଥିରାଜ ପ୍ରଧାନ ଓ ପଜ୍ଞାରାଜ ପ୍ରଧାନ ଓ ମୁକେଶ ପ୍ରଧାନ ସହଯୋଗ କରିଥିଲେ । କଂଗ୍ରେସ ସେବାଦଳର କାର୍ଯ୍ୟକର୍ତା କୁଳମଣି ସାହୁ, ଛବି ମହାନ୍ତି, ସମାଜସେବୀ ବରୁଣ ରାଜ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.