xmas

ଆଇଟିଡିଏ ପକ୍ଷରୁ ଆଦିବାସୀ ଚାଷୀଙ୍କୁ ଆମ୍ବ ଓ କାଜୁ ଚାରା ପ୍ରଦାନ

ଫୁଲବାଣୀ: ୧୬\୦୯ ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ବାଲିଗୁଡା ପକ୍ଷରୁ ଆଦିବାସୀ ଚାଷୀଙ୍କୁ ମାଗଣା ଆମ୍ବ ଓ କାଜୁ ଚାରା ପ୍ରଦାନ କରାଯାଇଥିଲା l ୨୬ ଜଣ ଚାଷୀଙ୍କୁ ୧୩ ହଜାର ୫ ଶହ ଉନ୍ନତ କିସମ କଲମୀ ଆମ୍ବ ଓ ୧୨ ଶହ କାଜୁ ଚାରା ପ୍ରଦାନ କରାଯାଇଥିଲା l ବିଭାଗ ପକ୍ଷରୁ ଚଳିତ ବର୍ଷ ୩୧.୫ ହେକ୍ଟର ଜମିରେ ଏହି ଫଳ ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି l ମନରେଗା ଯୋଜନାରେ ଏହି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିବା ବେଳେ ଚାଷୀଙ୍କୁ ତାର ବାଡସହ ଆବଶ୍ୟକ ସାର ମଧ୍ୟ ପ୍ରଦାନ କରାଯାଇଥିଲା l ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ମଧୁସୂଦନ ବେହେରାଙ୍କ ନିଷ୍ଠା ପର ଉଦ୍ୟମ ଓ ଆନ୍ତରିକତା ଆଗ୍ରହ ସାଙ୍ଗକୁ ଜୀବିକା କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାଶିଷ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆମ୍ବ ଓ କାଜୁ ଚାଷ ଆଦିବାସୀଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତିରେ ନିଶ୍ଚିତ ପରିବର୍ତନ ଆଣିବ ବୋଲି ପ୍ରକଳ୍ପ ପ୍ରଶାସକ ମଧୁସୂଦନ ବେହେରା କହିଛନ୍ତିl

Leave A Reply

Your email address will not be published.