xmas

ମାଣିକେଶ୍ଵରୀ ଯାତ୍ରା ପାଇଁ କୈବର୍ତ୍ତ ସମାଜର ବୈଠକ

କଣ୍ଟାମାଳ: ମାଣିକେଶ୍ଵରୀ ଯାତ୍ରା ପାଇଁ କୈବର୍ତ୍ତ ସମାଜର ବୈଠକ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡାଠାରେ ମାଣିକେଶ୍ଵରୀ ଯାତ୍ରା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କୈବର୍ତ୍ତ ସମାଜ ମନମୁଣ୍ଡା ମାଁ ମାଣିକେଶ୍ଵରୀଙ୍କ ଯାତ୍ରା ଏହି ବର୍ଷ ଧୁମ୍ ଧାମରେ ପାଳନ କରିବାକୁ ମାଁ ମାଣିକେଶ୍ଵରୀ ପୀଠରେ ଏକ ବିରାଟ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୯/୧୦/୨୨ ରିଖ ଅଶ୍ଵିନୀ ପୂର୍ଣ୍ଣିମା ଉପଲକ୍ଷେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାପତି ସୁଦାମ ଚରଣ ମଲ୍ଲିକ, ଉପସଭାପତି ପ୍ରଫୁଲ୍ଲ କୁମାର ସେଠୀ, ସମ୍ପାଦକ ଗଣେଶ ଲୋଇ, କୋଷାଧ୍ୟକ୍ଷ ଦୁସାସନ ସାହୁ, ଉପଦେଷ୍ଟା କମିଟିର ସଦସ୍ୟ ହଳଧର ନାୟକ, ସତ୍ୟନାରାୟଣ ସେଠୀ, ବୈସାଖୁ ନାୟକ, ବିଶ୍ଵାମିତ୍ର ଭୋଇ, ସୁରେଶ୍ ବାଘ, ବୁଲୁ ପାଣ୍ଡେ, ରବୀନ୍ଦ୍ର ସେଠୀ ଓ ବାବୁଲା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.