xmas

ଷ୍ଟାର୍ଟଅପ୍ ଓଡିଶା ଯାତ୍ରା ୨.୦ କିଛି ଦିନ ମଧ୍ୟରେ ରାଜ୍ୟରେ ୧୪ ଟି ଜିଲ୍ଲା ଏବଂ ୪୫୦୦ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିପାରିଛି ଷ୍ଟାର୍ଟଅପ୍ ଓଡିଶା ଯାତ୍ରା ୨.୦

ଭୁବନେଶ୍ୱର: ଷ୍ଟାର୍ଟଅପ ଓଡ଼ିଶାର ଏକ ପଦକ୍ଷେପ, ଷ୍ଟାର୍ଟଅପ ଓଡ଼ିଶା ଯାତ୍ରା ୨.୦ ମାତ୍ର କିଛି ଦିନ ମଧ୍ୟରେ ରାଜ୍ୟର ୧୪ଟି ଜିଲ୍ଲାରେ ପହଂଚି ଏକ ନୂଆ ମାଇଲଖୁଂଟ ହାସଲ କରିଛି । ଏହା ୬୧ଟି ଶିକ୍ଷାନୁଷ୍ଠାନରେ ୪୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚିଛି ଏବଂ ଏହାର ମେଂଟର୍ମାନଙ୍କୁ ୫୦୦ରୁ ଅଧିକ ବିଚାର ବା ଆଇଡିଆ ପଠାଯାଇଛି । ଓଡିଶା ୨୦୨୫ ସୁଦ୍ଧା ୫୦୦୦ ଷ୍ଟାର୍ଟଅପ୍ର ଏହାର ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଥିବାବେଳେ, ଷ୍ଟାର୍ଟଅପ୍ ଓଡିଶା ଯାତ୍ରା ୨.୦ ଅଭିନବ ବିଚାରଗୁଡିକୁ ଆଗକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଷ୍ଟାର୍ଟଅପ୍ ଓଡିଶା ଅଭିଯାନକୁ ଆନୁଷ୍ଠାନିକ ଓ ତୃଣମୂଳ ସ୍ତରରେ ଉଦୀୟମାନ ଉଦ୍ୟୋଗୀଙ୍କ ପାଇଁ ଅଧିକ ପହଂଚଯୋଗ କରିବା ଉଦେ୍ଦଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତ ୨୬ ଅଗଷ୍ଟ ୨୦୨୨ରେ ଷ୍ଟାର୍ଟଅପ୍ ଓଡିଶା ଯାତ୍ରା ୨.୦ର ଶୁଭାରମ୍ଭ କରାଯାଇଥିଲା ।
ଏହି ଅବସରରେ ନିଜ ମତ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ, ‘ରାଜ୍ୟର ସମସ୍ତ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବାକୁ ଥିବା ଏହି ୬୦ ଦିନର ଯାତ୍ରା ମାଧ୍ୟମରେ, ଆମେ ଛାତ୍ରଛାତ୍ରୀମାନଙ୍କୁ ଷ୍ଟାର୍ଟଅପ୍ ଉପରେ ଏକ ଧାରଣା ପ୍ରଦାନ କରିବା ସହ ଯୁବପିଢିଙ୍କ ମଧ୍ୟରେ ବିଚାର ଓ ଅଭିନବତାର ଏକ ସଂସ୍କୃତି ଅନ୍ତନିବେଶ କରିବୁ ବୋଲି ମୁଁ ନିଶ୍ଚିତ ରହିଛି ।’
ଏହି ୬୦ ଦିନର ଲମ୍ବା ଷ୍ଟାର୍ଟଅପ୍ ଓଡିଶା ଯାତ୍ରା ୨.୦ ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନଗୁଡିକରେ ଭ୍ୟାନ୍ କ୍ୟାମ୍ପେନ୍ ଓ ୩୦ରୁ ଅଧିକ ଏଂଟର୍ପ୍ରେନ୍ୟୋର୍ସିପ୍ ବୁଟ୍ କ୍ୟାମ୍ପ୍ର ପରିଚାଳନା କରିବ । ଏହି ଯାତ୍ରା ଷ୍ଟାର୍ଟଅପ୍ର ବିଭିନ୍ନ ଦିଗକୁ ଆବିଷ୍କାର କରିବା ପାଇଁ ଯୁବ ପ୍ରତିଭାମାନଙ୍କୁ ଏକ ପ୍ଲାଟ୍ଫର୍ମ ପ୍ରଦାନ କରୁଛି ଏବଂ ସେମାନେ କିଭଳି ଜଣେ ଉଦ୍ୟୋଗୀ ହୋଇପାରିବେ ତାହା ଉପରେ ସୂଚନା ଦେଉଛି । ରାଜ୍ୟର ୫ଟି ଜିଲ୍ଲାରେ ୮ଟି ଶିକ୍ଷାନୁଷ୍ଠାନରେ ବୁଟ୍ କ୍ୟାମ୍ପର ଆୟୋଜନ ମଧ୍ୟ କରାଯାଇଛି ଯାହା ୫୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚିବା ସହିତ ୧୦୦ରୁ ଅଧିକ ଆଇଡିଆକୁ ମେଂଟର୍ଙ୍କ ନିକଟକୁ ପଠାଯାଇଛି ।
ଏହି ପରିପ୍ରେକ୍ଷୀରେ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଷ୍ଟାର୍ଟଅପ ଓଡ଼ିଶା, ଡା. ଓମକାର ରାଏ କହିଛନ୍ତିଯେ, “ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱ ଅଧିନରେ ଏହି ଷ୍ଟାର୍ଟଅପ ଇକୋସିଷ୍ଟମ ପୁଞ୍ଜି ବିନିଯୋଗ ପର୍ଯ୍ୟାୟରେ ପହଂଚିଛି । ଓଡ଼ିଶାରେ ଷ୍ଟାର୍ଟଅପ ଇକୋସିଷ୍ଟମ ବିଷୟରେ ଯୁବକମାନଙ୍କୁ ତୃଣମୂଳ ସ୍ତରରେ ଅଗ୍ରଗାମୀ କରାଇବା ଏବଂ ଚିନ୍ତାଧାରାର ସଂସ୍କୃତି ଜାଗ୍ରତ କରିବା ଏବଂ ସ୍ୱୀକୃତି ଏବଂ ସମର୍ଥନ ପାଇଁ ଉଦ୍ଭାବକମାନଙ୍କୁ ଚିହ୍ନଟ କରିବା ପାଇଁ ଆମେ ତାଙ୍କ ନେତୃତ୍ୱ ଅଧିନରେ ଷ୍ଟାର୍ଟଅପ ଓଡ଼ିଶା ଯାତ୍ରା ୨.୦ ର ଆରମ୍ଭ କରିଥିଲୁ । ଛାତ୍ରଛାତ୍ରୀମାନେ ଏତେ ସଂଖ୍ୟାରେ ଅଂଶଗ୍ରହଣ କରିବା ଅତ୍ୟନ୍ତ ଉସôାହଜନକ ଏବଂ ଏହା ଷ୍ଟାର୍ଟଅପ ଓଡ଼ିଶାର ନୂତନ ଇକୋସିଷ୍ଟମ ପାଇଁ ଭଲ ଅଟେ ।”

Leave A Reply

Your email address will not be published.