xmas

ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ପାହାଡି ତରଙ୍ଗ ଅନୁଷ୍ଠାନର କୃତିତ୍ୱ

ଫୁଲବାଣୀ -୧୬/୦୯ ଓଡିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା ରେ କନ୍ଧମାଳର ସର୍ବ ପୁରାତନ ସଂସ୍କୃତିକ ଅନୁଷ୍ଠାନର କୁନି କୁନି ନୃତ୍ୟଙ୍ଗନା ମହା ମଣ୍ଡଳସ୍ତରୀୟ ପ୍ରଥମ ସ୍ଥାନ ଅଧିକାର କରି ବାଲିଗୁଡା ତଥା କନ୍ଧମାଳ ଜ଼ିଲ୍ଲାର ଗର୍ବ ଓ଼ ଗୌରବ ଆଣିଛନ୍ତି l ଜ଼ିଲ୍ଲାର ଅଗ୍ରଣୀ ତଥା ସର୍ବ ପୁରାତନ ସଂସ୍କୃତିକ ଅନୁଷ୍ଠାନର ନୃତ୍ୟଗୁରୁ କେଦାର ନାୟକ ଏବଂ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଭାପତି ସମ୍ପାଦକ ଏବଂ ସଦସ୍ୟଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି l ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ପ୍ରମୋଦ ଦଣ୍ଡସେନା ଅନୁଷ୍ଠାନର ନୃତ୍ୟଗୁରୁ ଏବଂ କୃତିତ୍ୱ ଅର୍ଜନ କରିଥିବା ନୃତ୍ୟଙ୍ଗନା ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି l

Leave A Reply

Your email address will not be published.