xmas

ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକସ୍ତରୀୟ ସୁନାରି ସମାଜର ବିଶ୍ଵକର୍ମା ପୂଜା ପାଳିତ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁରଠାରେ ବ୍ଲକସ୍ତରୀୟ ସୁନାରି ସମାଜ ତରଫରୁ ବାବା ବିଶ୍ଵକର୍ମାଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ପଦ୍ମପୁର ବ୍ଲକସ୍ତରୀୟ ସୁନାରି ସମାଜର ସାମୁହିକ ବିଶ୍ଵକର୍ମା ପୂଜାର୍ଚ୍ଚନାରେ ସମାଜ ତରଫରୁ ପୂଜା କର୍ତ୍ତା ଭାବରେ ଅନ୍ତର୍ଯ୍ୟାମୀ ସରାଫ ପୂଜାରେ ଦାୟିତ୍ଵ ସଂପାଦନା କରିଥିବା ବେଳେ ପଣ୍ଡିତ ଗଣନାଥ ମହାପାତ୍ର ପୂଜାର୍ଚ୍ଚନା କରିଥିଲେ। ସଂଘର ସଭାପତି କ୍ଷେତ୍ରବାସୀ ଚିନ୍ଦ୍ରା ଓ ସଂପାଦକ ହିରାଲାଲ ମାଛୁଆଙ୍କ ନେତୃତ୍ବରେ ସମାଜର ସମସ୍ତ ସଦସ୍ୟ ଯୋଗଦାନ ଦେଇ ସାମୁହିକ ପୂଜାର୍ଚ୍ଚନା କରିଥିଲେ। ଏହି ପୂଜାର୍ଚ୍ଚନାରେ ସଂଘର ବରିଷ୍ଠ ସଦସ୍ୟଙ୍କ ସମେତ ପଦ୍ମପୁର, ବରିକେଲ , ସିଂହପୁର, ଦେଉଲି ଓ ସାପଲହର ଗାଁରୁ ସମସ୍ତ ସଦସ୍ୟ ଯୋଗଦାନ ଦେଇ ପୂଜାର୍ଚ୍ଚନାରେ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ବର୍ଷ ଭଲି ଏବର୍ଷ ମଧ୍ୟ ବାବା ବିଶ୍ଵକର୍ମାଙ୍କ ପୂଜାର୍ଚ୍ଚନା ମହା ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି। ସୁନାରି ସମାଜର ଏହି ବିଶ୍ଵକର୍ମା ପୂଜାର୍ଚ୍ଚନାରେ ପଶ୍ଚିମ ଓଡ଼ିଶା ସୁନାରି ସମାଜର ସଭାପତି ଗୈନ୍ତିଆ କୁମାର ସାହୁ ଅତିଥି ଭାବରେ ଯୋଗଦେଇଥିଲେ। ପୂଜା କାର୍ଯ୍ୟକ୍ରମରେ ସମାଜର ସମସ୍ତ ମହିଳା ପୁରୁଷ ଓ ଶିଶୁମାନ ଯୋଗଦାନ ଦେଇ ବାବା ବିଶ୍ଵକର୍ମାଙ୍କ ଆଶିର୍ବାଦ ଗ୍ରହଣ କରିଥିଲେ ।

Leave A Reply

Your email address will not be published.