xmas

ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପ୍ରସ୍ତୁତି ବୈଠକ

ଫୁଲବାଣୀ: ୧୭/୦୯ ଶନିବାର ନେହରୁ ଯୁବ କେନ୍ଦ୍ର ଫୁଲବାଣୀଠାରେ ୨୬/୦୯/୨୦୨୨ ରିଖ ଦିନ ଫୁଲବାଣୀ ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ ହେବ l ସେଥିପାଇଁ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀ ନଭନୀତ କୁମାରଙ୍କର ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼, ପ୍ରସନ୍ନ ବିଶୋଇ, ଓଲିଉଡ ସିଙ୍ଗର ଏବଂ ଆକ୍ଟର ଜଳନ୍ଧର ବେହେରା, ଆଇନଜୀବୀ ମନୋଜ କୁମାର ପଟ୍ଟନାୟକ, ନେହରୁ ଯୁବ କେନ୍ଦ୍ରର ସହକର୍ମୀ ସତ୍ୟବାନ ଦଳବେହେରା ସ୍ବେଛାସେବୀ ମାନଙ୍କ ମଧ୍ୟରେ ସୋନାଲି ଡିଗାଲ, ମେଘାରାଣୀ ମହାପାତ୍ର, ରୀତିମା ବାଘ, ସିବେନ୍ଦ୍ର ଡିଗାଲ, ସୁଭଦ୍ରା ମଲ୍ଲିକ, ଚନ୍ଦ୍ରମଣି ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଉତ୍ସବରେ ଛଅ ଗୋଟି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଅଛି ଯଥା ଚିତ୍ରାଙ୍କନ, କବିତା ପାଠ ଚକ୍ର, ବକୃତା, ସାଂସ୍କୃତିକ କାର୍ଯ୍ୟକ୍ରମ, ଫୋଟୋଗ୍ରାଫି, ଜିଲ୍ଲା ଯୁବ ସମ୍ମିଳନୀ ଇତ୍ୟାଦି ଅନୁଷ୍ଠିତ ହେବl ପ୍ରତି ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ପାଇଁ ଅର୍ଥରାଶି ଓ ଟ୍ରଫି, ପ୍ରମାଣପତ୍ର ଇତ୍ୟାଦିର ବ୍ୟବସ୍ଥା ରହିଅଛି l ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଯୁବ ଅଧିକାରୀ ଅବଗତ କରିବା ସହିତ ଇଛୁକ ପ୍ରତିଯୋଗୀମାନେ ନେହରୁ ଯୁବ କେନ୍ଦ୍ର କାର୍ଯ୍ୟାଳୟକୁ ଯୋଗାଯୋଗ କରିବା ପାଇଁ କହିଥିଲେ l

Leave A Reply

Your email address will not be published.