xmas

ଅବକାରୀ ବିଭାଗ ପକ୍ଷରୁ ନକଲି ବିଦେଶୀ ମଦ କାରଖାନା ଠାବ, ଅଭିଯୁକ୍ତ ରାଜେନ୍ଦ୍ର ଗିରଫ

ବାରିପଦା,୧୭/୦୯ ମୟୂରଭଞ୍ଜ ଅବକାରୀ ସୁପରିଟେଣ୍ଡେଣ୍ଟ ପ୍ରଶାନ୍ତ କୁମାର କହ୍ନରଙ୍କ ନିର୍ଦେଶ କ୍ରମେ ସଦର ଭାରପ୍ରାପ୍ତ ଅଧିକାରୀ ବିଶ୍ବଜିତ ଦାଶଙ୍କ ତତ୍ୱାବଧାନ ରେ ଆଜି ବାରିପଦା ସହର ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ତୁଳସୀଚଉରା ନିକଟସ୍ଥ ସେରାବାଲି ଢ଼ାବା ପଛପଟ ନିର୍ଜନ ସ୍ଥାନରୁ ଏକ ନକଲି ବିଦେଶୀ ମଦ କାରଖାନା ଠାବ କରିଛି ଅବକାରୀ ବିଭାଗ। ଅବକାରୀ ବିଭାଗର ଏହି ଚଢ଼ାଉରେ
୧୨ ଲିଟର N. D. P ବିଦେଶୀ ମଦ, ୧୮ ଲିଟର Duplicate Blending Spirit, ୧୬ ଲିଟର ୨୫୦ ମିଲି ବିଅର ,୨ ହଜାର ଗୋଟି ନକଲି ନକଲି ଷ୍ଟିକର E. A. L ଏବଂ ୭୦୦ଟି ନକଲି ଠିପି ଜବତ କରିବା ସହ ଅଭିଯୁକ୍ତ ରାଜେନ୍ଦ୍ର ଗୋପ ବୟସ ୪୮ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବିଭାଗର ଏହି ଚଢ଼ାଉ ସମୟରେ ସଦର ଭାରପ୍ରାପ୍ତ ଅଧିକାରୀ ବିଶ୍ବଜିତ ଦାଶଙ୍କ ସହିତ କ୍ଷୀରୋଦ ପାତ୍ର, ASI ହେମନ୍ତ କୁମାର ପାତ୍ର, କନେଷ୍ଟବଳ ବିଶ୍ୱଜିତ ବେହେରା, ଅରୁଣରାଜ ତରେଇ ଏବଂ ମହିଳା କନେଷ୍ଟବଳ ପ୍ରଭାତୀ ମଲ୍ଲା ପ୍ରମୁଖ ସାମିଲ ଥିଲେ।

Leave A Reply

Your email address will not be published.