xmas

ପିଆରଏମ ମେଡ଼ିକାଲ କଲେଜରେ ରକ୍ତଦାନ ଶିବିର ଅନୁଷ୍ଠିତ,୧୦୧ ୟୁନିଟ୍ ରକ୍ତ ସଂଗ୍ରହ

ବାରିପଦା,୧୮/୦୯ ଜୀବନ ବିନ୍ଦୁ ଓ ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ଆଜି ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜର ଛାତ୍ରାବାସରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମେଡ଼ିକାଲ କଲେଜର ଏସ ଏସ ଜି ଗ୍ରୁପଙ୍କ ସହଯୋଗୀତାରେ ଉକ୍ତ ରକ୍ତଦାନ ଶିବିରରେ ସମୁଦାୟ ୧୦୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଅଛି। ବାରିପଦା ସ୍ଥିତ ରକ୍ତଭଣ୍ଡାରର କର୍ମକର୍ତ୍ତାଙ୍କ ଦ୍ଵାରା ଉକ୍ତ ଶିବିରରେ ରକ୍ତ ସଂଗୃହିତ ହୋଇଥିଲା। ଓଡ଼ିଶା ମୋ ପରିବାରର ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ ଓ ଜୀବନବିନ୍ଦୁର ଜିଲ୍ଲା ସଂଯୋଜକ ଦେବାଶିଷ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟିତ କରିଥିଲେ। ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ଉପସଭାପତି ରବୀନ୍ଦ୍ର ମହାନ୍ତି ଓ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵଂୟ ଶାସିତ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଅଭାସ ଦେଙ୍କ ସହଯୋଗରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏସ ଏସ ଜି ଗ୍ରୁପର ସମ୍ପାଦକ ଡ଼ଃ ସନ୍ତୋଷ କୁମାର ତ୍ରିପାଠୀ ଓ ପିଆରଏମ ମେଡ଼ିକାଲ କଲେଜର ଛାତ୍ରଛାତ୍ରୀଙ୍କ ପରିଚାଳନାରେ ରକ୍ତଦାନ ଶିବିରଟି ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.