xmas

ବର୍ଷା ଦିନରେ ଜଳ କଷ୍ଟ, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଫୁଲବାଣୀ :୧୮/୦୯ ବର୍ଷା ଦିନରେ ଜଳ କଷ୍ଟ l ଶୁଣିଲେ କାନକୁ ନିଶ୍ଚୟ ଅଡୁଆ ଲାଗିପାରେ ହେଲେ କଥାଟା ସତ l ନିୟମିତ ପାଇପ ଯୋଗେ ପାଣି ନ ଆସିବା ଫଳରେ ଲୋକେପିଇବା ପାଣି ପାଇଁ ହନ୍ତସନ୍ତ ହେଲେ l ଫଳରେ ଆଜି ସନ୍ଧ୍ୟାରେ ଆରଟିଓ ଅଫିସ ନିକଟ ଶଗଡ଼ିଆ ସାହିଠାରେ ଲୋକେ ଗରା ମାଠିଆ ରଖି ରାସ୍ତା ଅବରୋଧ କରିଥିଲେ l ଫଳରେ ଗମନା ଗମନ ବାଧାପ୍ରାପ୍ତ ହୋଇଥିଲl ଖବର ପାଇ ପୋଲିସ ଓ ପ୍ରଶାସନ ପହଞ୍ଚି ବୁଝା ସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା l

Leave A Reply

Your email address will not be published.