xmas

ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଣ୍ଟାମାଳ: ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଖଇରମାଳ ଗ୍ରାମରେ ଆଜି ଜଣେ ଯୁବକ ବେକରେ ଦଉଡ଼ି ଲଗାଇ ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଖଇରମାଳ ଗ୍ରାମର ସାଗର ମହଲା (୨୦) ଗତ ରାତିରେ ଖାଇ ପିଇ ସୋଇଥିଲେ। ସେ ସୋନପୁର କୁଞ୍ଜ ଛକ ନିକଟରେ ଫଳ ମୂଳ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ। ଆଜି ସକାଳେ ସାଗର ନ ଉଠିବାରୁ ତାଙ୍କ ବଡବାପା ସୀତାରାମ ମହଲା କବାଟ ବାଡେଇ ଡାକିଥିଲେ । ସାଗର ନ ଶୁଣିବାରୁ ଘରର ସ୍କାଇଲାଇଟ୍ ପଟୁ ଦେଖିଥିଲେ। ସାଗରର ଶରୀର ଘର ଭିତରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖି ମନମୁଣ୍ଡା ପୋଲିସକୁ ଖବର ଦେଇଥିଲେ। ସାଗରଙ୍କ ବାପା ମାଁ କିଛି ବର୍ଷ ପୂର୍ବେ ପୃଥକ ଭାବେ ମୃତ୍ୟୁବରଣ କରିଥିଲେ। ପୁଣି ସମାନ ଢଙ୍ଗରେ ସାଗରଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ମନମୁଣ୍ଡା ହସ୍ପିଟାଲକୁ ପଠାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଓ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ମନମୁଣ୍ଡା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.