xmas

ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତିଙ୍କ ପରଲୋକ

ଫୁଲବାଣୀ:୧୯/୦୯ ପୂର୍ବତନ କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ପୂର୍ବତନ ଟିକାବାଲି ବ୍ଲକ ଅଧ୍ୟକ୍ଷ, ବର୍ଷିଆନ କଂଗ୍ରେସ ନେତା ବରୁଣ ଭୋଇଙ୍କ ଆଜି ପରଲୋକ ହୋଇଯାଇଛି l ସେ ଦୀର୍ଘ ବର୍ଷ ଧରି ଅସୁସ୍ଥ ଥିଲେ ମୃତ୍ୟୁ ବେଳକୁ ତାଙ୍କୁ ସତୁରି ବର୍ଷ ହୋଇଥିଲା l ସେ ଜଣେ ଦକ୍ଷ ସଂଗଠକ, ମେଳାପୀ, ବନ୍ଧୁ ବତ୍ସଳ ଥିଲେ l ତାଙ୍କ ବିୟୋଗରେ ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକ, ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ନାଗାର୍ଜୁନ ପ୍ରଧାନ. ପୂର୍ବତନ ଯୁବ କଂଗ୍ରେସ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଫିଲମୋହନ ନାୟକ, ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ପିସିସି ସଦସ୍ୟ ତଥା କଂଗ୍ରେସ ନେତା ଘନ ଶବର, ଯୁବ କଂଗ୍ରେସ ସଭାପତି ବସନ୍ତ ପାଢ଼ୀ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗଲ, ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସଭାପତି ସୁନୀଲ ପଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l

Leave A Reply

Your email address will not be published.