ପୂର୍ବତନ ଚକାପାଦ ଥାନା ଅଧିକାରୀଙ୍କୁ ତିନିବର୍ଷ ଜେଲ ଓ ଦଶ ହଜାର ଜରିମାନା

ଫୁଲବାଣୀ: ୨୦/୦୯ ମଙ୍ଗଳବାର ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ଭିଜିଲାନ୍ସ କୋର୍ଟ ବିଚାରପତି କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଦାୟିତ୍ୱରେ ଥିବା ପୂର୍ବତନ ଥାନାଧିକାରୀ ହରିବନ୍ଧୁ ପରିଡାଙ୍କୁ ତିନିବର୍ଷ ସଶ୍ରମ କାରା ଦଣ୍ଡାଦେଶ ସହ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ଜୋରିମାନା ଅନାଦେୟ ଅଧିକ ଚାରିମାସ କାରାଦଣ୍ଡାଦେଶ ଦେଇଛନ୍ତି l ଅଭିଯୁକ୍ତ ପରିଡା ଗତ ଜୁନ ତିରିଶ ୨୧ ମସିହାରୁ ଅବସର ନେଇ ଗଣପତି ନଗର, ଚତୁର୍ଥ ଲେନ ବ୍ରହ୍ମପୁର ରେ ରହୁଛନ୍ତି l ତେବେ କାରାଦଣ୍ଡ ଘୋଷଣା ପରେ ପରିଡା ଜାମିନରେ ଯାଇଛନ୍ତି l ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଭି.ଭି. ରାମଦାସ ମକଦମା ପରିଚାଳନା କରୁଥିଲେ l

Leave A Reply

Your email address will not be published.