ବାଲିଗୁଡାରେ ପ୍ରବଳ ବର୍ଷା, ଜାତୀୟ ରାଜପଥ ଉପରେ ୫ ଫୁଟ ଉଚ୍ଚରେ ବର୍ଷା ପାଣି

ଫୁଲବାଣୀ: ୨୦/୦୯ କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ସୋମବାର ରାତିରୁ ଲଗାଣ ବର୍ଷା ହେବା ଫଳରେ ଲୋକଙ୍କ ଘରେ ଓ ପାଣି ପଶିଯିବା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ l ସେହିପରି ସହର ଦେଇ ଯାଇଥିବା ଜାତୀୟ ରାଜପଥ ଉପରେ ଚାରିରୁ ୫ ଫୁଟ ଉଚ୍ଚରେ ପାଣି ଚାଲିବା ଫଳରେ ଗମନା ଗମନ ବାଧାପ୍ରାପ୍ତ ହୋଇଛି l ଲୋକେ ଘରୁ ପଦାକୁ ମଧ୍ୟ ବାହାରିପାରୁନାହାନ୍ତି l ଲଗାଣ ବର୍ଷାରେ କେତକ ଝାଟି ମାଟି ଘର ମଧ୍ୟ ଭାଙ୍ଗି ଯାଇଥିବା ଖବର ମିଳିଛି l ପିଲାମାନେ ସ୍କୁଲ ଯିବେ କେମିତି ସେ ନେଇ ଚିନ୍ତାରେ ଅବିଭାବକ l ପ୍ରଶାସନ ସ୍କୁଲ ଛୁଟି ଘୋଷଣା କରିବାକୁ ଦାବି ହେଉଛି l କେବଳ ବାଲିଗୁଡା ନୁହେଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବା ଖବର ମିଳିଛି l ପ୍ରଶାସନ ପକ୍ଷରୁ ସତର୍କ ନଜର ରଖାଯାଇଥିବା କୁହାଯାଉଛି l

Leave A Reply

Your email address will not be published.