ଜିଲ୍ଲା କଂଗ୍ରେସ ପକ୍ଷରୁ ବରୁଣ ଭୋଇଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଫୁଲବାଣୀ: ୨୧/୦୯ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଅନାମ ନାୟକଙ୍କ ସଭାପତିତ୍ୱରେ ସ୍ଥାନୀୟ ନେତାଜୀ କ୍ଲବ ଠାରେ ଏକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ଏଥିରେ ସ୍ବର୍ଗତ ବରୁଣ ଭୋଇଙ୍କ କଂଗ୍ରେସ ପ୍ରତି ତାଙ୍କର ଅବଦାନ ଅତୁଳନୀୟ l ସେ ଟିକାବାଲି ବ୍ଲକର ଅଧ୍ୟକ୍ଷ ଭାବେ ରହିଥିଲେ l ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦୁଇ ଥର, ଜିଲ୍ଲା ସଭାପତି, ଟିକାବାଲି ସମବାୟ ସମିତିର ସଭାପତି, ପିସିସି ସଭ୍ୟ, ଏମିତି ଅନେକ ପଦ ପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟ ତୁଲାଇଥିଲେ l ତେଣୁ ଭୋଇଙ୍କ ବିୟୋଗରେ କଂଗ୍ରେସର ଅପୁରଣିୟ କ୍ଷତି ଘଟିଲା ବୋଲି ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ କହିଛନ୍ତି l ଏହି ପରିପେକ୍ଷିରେ କଂଗ୍ରେସର ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ବିଧାୟକା ଶ୍ରୀମତୀ ଅଜୟନ୍ତି ପ୍ରଧାନ, ଖଜୁରିପଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ ପିତାମ୍ବର ସାହୁ, କଂଗ୍ରେସ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ପଟ୍ଟନାୟକ, ପିସିସି ସଭ୍ୟ ହେମନ୍ତ କର, ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀ, ନଗର କଂଗ୍ରେସ ସଭାପତି ଶିବ ଶଙ୍କର ବେହେରା, ଜ଼ୀଲ୍ଲା ଛାତ୍ର କଂଗ୍ରେସ ସଭାପତି ଅନୁପମ କଂହର, ବଇଁଶୀ ସ୍ୱାଇ, ରଜତ ମହାନ୍ତି, ଚନ୍ଦ୍ର ଶେଖର ପରିଡ଼ା, ମିକା ତ୍ରିପାଠୀ, ମୋନଜ ସାହାଣୀ, ଗୌର ଚରଣ ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଭୋଇଙ୍କ ସ୍ମୃତି ଚାରଣ କରିଥିଲେ l ତାଙ୍କର ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିଲେ l

Leave A Reply

Your email address will not be published.