ବିଦ୍ୟାଳୟସ୍ତରୀୟ ସ୍ୱାସ୍ଥ୍ୟ ଓ ଜୀବନ କୌଶଳ ଶିକ୍ଷା ପ୍ରଶିକ୍ଷଣ

ଫୁଲବାଣୀ: ୨୦/୦୯ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ମଙ୍ଗଳ ବିଭାଗ ଅଧୀନ ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ନେଇ ବିଦ୍ୟାଳୟସ୍ତରରେ ସ୍ୱାସ୍ଥ୍ୟ ଓ ଜୀବନ କୌଶଳ ଶିକ୍ଷା ସମ୍ବଧିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା l ଛାତ୍ରଛାତ୍ରୀ ମାନେ ସୁସ୍ଥ ରହିବା ସହ ଜୀବନକୁ ସୁନ୍ଦର ଭାବରେ ଗଢି ତୋଳିବା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀ ଡ଼. ମନୋଜ ଉପାଧ୍ୟାୟ, ଜିଲ୍ଲାମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା, ଫୁଲବାଣୀ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ନରେଶ ଶବରଙ୍କ ସମେତ ଜିଲ୍ଲାର ଅନେକ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.