xmas

ମାଥିଲି ବ୍ଲକରେ ନୂତନ ବିଡ଼ିଓଙ୍କ ଯୋଗଦାନ

ମାଲକାନଗିରି,୨୧/୯ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକରେ ଆଜି ନୂତନ ବିଡ଼ିଓ ହୃଷିକେଶ ଗଣ୍ଡ ଯୋଗଦାନ କରିଛନ୍ତି। ସେ ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ସେ ବର୍ତମାନ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକରେ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ସେ ଜଣେ ମେଳାପୀ ଏବଂ କର୍ମଠ ଅଧିକାରୀ ଭାବେ ଜିଲ୍ଲାରେ ବେଶ ଜଣାଶୁଣା। ସେ ମାଥିଲି ବିଡିଓ ଭାବେ ଯୋଗଦାନ ଜରିବା ପରେ ବ୍ଲକରେ ଖୁସିର ଲହରୀ ଖେଳିଯାଇଛି। ବ୍ଲକର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବେ ବୋଲି କହିଥିଲେ। ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

Leave A Reply

Your email address will not be published.