xmas

ଦୀର୍ଘ ୨୨ ବର୍ଷର ସରକାରରେ ରହିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭିସୁଟ ବୁର୍ଲାକୁ ୨୦୦୦ କୋଟି ଟଙ୍କା ଅନୁଦାନ ଘୋଷଣା କରିବା ମିଛ ସୁନେଲି ସ୍ୱପ୍ନ ନୁହେଁ ତ ???

ବରଗଡ଼ ୨୧/୦୮/୨୦୨୨ ଆଜି ବରଗଡ଼ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି । ଓଡ଼ିଶାର ସର୍ବ ପୁରାତନ ଇଂଜିନିୟରିଂ କଲେଜ ଭିସୁଟକୁ ମୁଖ୍ୟମନ୍ତ୍ରୀ ୨୦୦୦ କୋଟି ଟଙ୍କା ଘୋଷଣା କରିଛନ୍ତି । ତାହା ପୂର୍ବରୁ ଅନେକ ଘୋଷଣା ପରି ଏକ ସୁନେଲି ସ୍ୱପ୍ନ ନୁହେଁ ତ ? ବିଗତ ଦିନରେ ଭିସୁଟ ବିଭିନ୍ନ ପ୍ରକଳ୍ପ ତଥା ଉନ୍ନତି ପାଇଁ ଅର୍ଥ ବରାଦ ତଥା ଖର୍ଚ୍ଚ ହୋଇଛି, ଯେଭଳି ଭାବରେ ହେବାକଥା ସେଭଳି ଭାବରେ ହୋଇପାରିନାହିଁ । ଉଦାହରଣ ସ୍ୱରୂପ ଅଟୋମେଶନ ପାଇଁ ୪୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରୟା କାମ ମେନୁଆଲି ଚାଳିଛି । କେନ୍ଦ୍ର ସରକାରଙ୍କ TQIP ( Technical Quality Improvement Program ) ରେ ରିସର୍ଚ୍ଚ ସକାଶେ ମେସିନ କିଣିବା ପାଇଁ ୫୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା କିନ୍ତୁ ତାର ଫଳାଫଳ ଏପର୍ଯ୍ୟନ୍ତ ଯେଭଳି ହେବାକଥା ହୋଇନାହିଁ । ଟେଣ୍ଡର ନମ୍ବର VSSUT/DSW/ATH/03 ତା ୦୫/୦୧/୨୦୧୭ ତାରିଖରେ ୫୦ ଲକ୍ଷ ଟଙ୍କା ବରାଦରେ ପିଲାମାନଙ୍କର ସୁବିଧା ପାଇଁ ବ୍ୟାୟମଶାଳା କରାହୋଇଥିଲା ତାର ଅବସ୍ଥା କଣ ତାହା ସମସ୍ତଙ୍କୁ ଜଣା । ପାଞ୍ଚ ହଜାରରୁ ଅଧିକ ଛାତ୍ର ପଢୁଥିଲେ ମଧ୍ୟ ପିଲାଙ୍କ ପଢିବା ପାଇଁ ଆବଶ୍ୟକ ପରିମାଣର ଶ୍ରେଣୀ ଗୃହ ନାହିଁ ଏବଂ ସମସ୍ତ ପୁରୁଣା ହଷ୍ଟେଲ ର ଅବସ୍ଥା ନ କହିଲେ ଭଲ । ୨୦୧୭ ଡାଇମଣ୍ଡ ଜୁବଲିରେ ନିଜେ ମୁଖ୍ୟମନ୍ତ୍ରୀ ଆସି ଅନେକ କଥା ଘୋଷଣା କରିଥିଲେ ହେଲେ ଏପର୍ଯ୍ୟନ୍ତ ୮୦ରୁ ଉର୍ଦ୍ଧ୍ବ ଅଧ୍ୟାପକ ପଦ ଖାଲି ରହିବା ଚିନ୍ତାର ବିଷୟ । ମାନ୍ୟବର ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାକୁ ବାରମ୍ବାର ଅବହେଳା କରି ଠକୁଛନ୍ତି । ଏବେ ୨୦୦୦ କୋଟି ଟଙ୍କାର ସୁନେଲି ସ୍ୱପ୍ନ ଦେଖେଇଛନ୍ତି । ଭୋଟ ରାଜନୀତି ପାଇଁ ଛାତ୍ରମାନଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ରାଜ୍ୟ ସମ୍ପାଦକ ପ୍ରିତେଶ ବହିଦାର, ବରଗଡ଼ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅମିତ କୁମାର ପଣ୍ଡା, ଜିଲ୍ଲା ସଧାରଣ ସମ୍ପାଦକ କୁନାଲ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.