ବୌଦ୍ଧ: ବୌଦ୍ଧ ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖା ସାମ୍ନାରେ ଧାରଣ ଦେଲେ ବ୍ୟାଙ୍କ୍ ଋଣ ବିଭାଗ ଅଧିକାରୀଙ୍କ ଓକିଲ ସ୍ତ୍ରୀ । ବାହା ହେବା ର ଏକ ମାସ ମଧ୍ୟ ରେ ସ୍ତ୍ରୀଙ୍କୁ ଛାଡି ଦେଇ ଅନ୍ୟ କାହା ସହ ସମ୍ପର୍କ ରଖିଥିବା ଅଭିଯୋଗ ନେଇ ଧାରଣ । ଗତ ଏପ୍ରିଲ ମାସ ୨୦୧୯ ମସିହାରେ କନ୍ଧମାଳ ଜିଲ୍ଲା ବାଲିଗୁଡାର ମହେଶ ପ୍ରସାଦ ମିଶ୍ରଙ୍କୁ ବିବାହ କରିଥିଲେ ପୁରୀ ଜିଲ୍ଲାର ମିନତୀ ରାଣୀ ମହାପାତ୍ର । ବିବାହର ଏକ ମାସ ମଧ୍ୟରେ ହିଁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଏବଂ ସ୍ତ୍ରୀଙ୍କୁ ଘରୁ ବାହାର କରିଦେଇଥିଲେ ସ୍ବାମୀ । ବାହା ହେବା ସମୟରେ ସ୍ବାମୀ ଜଣକ ପୁରୀର ଷ୍ଟେଟ୍ ବ୍ୟାଙ୍କ୍ରେ ଚାକିରି କରୁଥିଲେ ଏବଂ ସ୍ତ୍ରୀକୁ ନେଇ ପୁରୀରେ ହିଁ ରହୁଥିଲେ । ପରବର୍ତ୍ତୀ ସମୟରେ ସ୍ତ୍ରୀଙ୍କୁ ଛାଡି ଦେଇ ସେ ପୁରୀ ଶାଖାରୁ ଅନ୍ୟତ୍ର ବଦଳି ହୋଇ ପଳାଇଥିଲେ । ତେବେ ସ୍ତ୍ରୀ ତାଙ୍କୁ ବହୁ ସ୍ଥାନରେ ଖୋଜା ଖୋଜି କରିବାରୁ ସମସ୍ତ ସ୍ଥାନରୁ ନିରାଶ ହୋଇ ଫେରିଥିଲେ । ଫଳରେ ସେ ପ୍ରଥମେ ଦିଲ୍ଲୀର ମହିଳା କମିଶନ ପାଖରେ ଜୁଲାଇ ମାସ ୨୦୧୯ରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଦିଲ୍ଲୀ ମହିଳା କମିଶନ ପକ୍ଷରୁ ବାରମ୍ବାର ନୋଟିସ ହୋଇଥିଲେ ମଧ୍ୟ ସ୍ବାମୀ ମହିଳା କମିଶନ ପାଖରେ ଥରେ ହେଲେ ହାଜର ହୋଇନଥିବା ଅଭିଯୋଗ ହୋଇଛି । ତେବେ ମହିଳା କମିଶନ ପୁରୀ ସିଂହଦ୍ଵାର ଥାନାକୁ କେସଟିକୁ ସ୍ଥାନାନ୍ତର କରିଦେଲେ । ପରେ ପୁରୀ ଫ୍ୟାମିଲି କୋର୍ଟରେ ସ୍ତ୍ରୀ ତାଙ୍କର ଭରଣ ପୋଷଣ ପାଇଁ ଏକ ମାମଲା ଦାୟର କଲେ । ସେଠାରେ କୋର୍ଟ ଅଭିଯୁକ୍ତ ସ୍ବାମୀଙ୍କୁ ନିଜ ସ୍ତ୍ରୀକୁ ମାସିକ ୧୫ ହଜାର ଟଙ୍କା ଭରଣ ପୋଷଣ ବାବଦକୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସ୍ବାମୀ ତାଙ୍କ ସ୍ତ୍ରୀ ଙ୍କୁ କିଛି ମାସ ଟଙ୍କା ଦେବା ପରେ ଆଉ ତାଙ୍କ ସମ୍ପର୍କରେ ରହିଲେ ନାହିଁ। ଯାହା ଫଳରେ ସ୍ତ୍ରୀ ଜଣକ ତାଙ୍କ ସ୍ବାମୀଙ୍କୁ ଖୋଜାଖୋଜି କରିବାରେ ଲାଗି ପଡ଼ିଥିଲେ । ବର୍ତମାନ ସେ ବୌଦ୍ଧ ଷ୍ଟେଟ୍ ବ୍ୟାଙ୍କରେ ଋଣ ବିଭାଗ ଅଧିକାରୀ ଭାବେ ଚାକିରି କରୁଥିବା ଜାଣିବାକୁ ପାଇଥିବା ବେଳେ ସ୍ତ୍ରୀ ଜଣକ ଆସି ତାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ ୭ ଦିନ ବିତି ଯାଇଥିଲେ ହେଁ ତାଙ୍କ ସ୍ବାମୀଙ୍କ ସହିତ ଯୋଗାଯୋଗ ହୋଇନଥିଲା । ଫଳରେ ଆଜି ବାଧ୍ୟ ହୋଇ ବ୍ୟାଙ୍କ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ଯେ ପର୍ଯ୍ୟନ୍ତ ତାଙ୍କ ସ୍ଵାମୀ ତାଙ୍କ ପାଖକୁ ନ ଆସନ୍ତି ଏବଂ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଭରଣ ପୋଷଣ ନ ଦିଅନ୍ତି ସେ ପର୍ଯ୍ୟନ୍ତ ସ୍ତ୍ରୀ ଜଣକ ବ୍ୟାଙ୍କ୍ ସମ୍ମୁଖରୁ ହଟିବେ ନାହିଁ ବୋଲି କହିବା ସହିତ ସେଠାରେ ହିଁ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଅଭିଯୁକ୍ତ ସ୍ବାମୀ ବ୍ୟାଙ୍କ୍ ରୁ ଛୁଟିରେ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।
Sign in
Sign in
Recover your password.
A password will be e-mailed to you.