ଠାକୁର ଜମି ବିବାଦ, ଅନିର୍ଦିଷ୍ଟ କାଳ ଯାଏ ଦୋକାନ ବଜାର ବନ୍ଦ

ଫୁଲବାଣୀ: ୨୨/୦୯ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସ୍ଥିତ ଚାରିଛକ ଠାରେ ଥିବା ଠାକୁର ଜମିକୁ ନେଇଦୀର୍ଘ ଦିନ ଧରି ଲାଗିରହିଥିବା ବିବାଦ ନେଇ ଗତକାଲିଠୁ ସମସ୍ତ ଦୋକାନ ବଜାର ବନ୍ଦ ନିଷ୍ପତି ନେଇଛି ଦାରିଙ୍ଗବାଡି ବଣିକ ସଙ୍ଘ l ଏଥିସହ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି କହିଛି ବଣିକ ସଂଙ୍ଘ l ସୂଚନା ଯୋଗ୍ୟଯେ, ଏହି ଜମିରେ ଦୀର୍ଘବର୍ଷ ହେଲା ଦୁର୍ଗାପୂଜା କରାଯାଇଆସୁଛି l ଏବେ ସେହି ସ୍ଥାନକୁ ଦୁର୍ଗାପୂଜା ଲାଗି ସଫା ପୂଜା କମିଟି ସଫାସୁତୁରା କରୁଥିବାବେଳେ କିଛି ଦୁର୍ବୁତ୍ତ ଆସି ତାରବାଡ ଲଗାଇଥିଲେ l ସେଠାରେ ବିଶ୍ରାମଗାର କରିଯିବ ବୋଲି ପ୍ରଶାସନ ଚିହ୍ନଟ କରିଥିବା କହୁଛନ୍ତି ଫଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା lଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଂଚି ବୁଝାସୁଝା କରିଥିଲେ ମଧ୍ୟ ସୁଫଳ ମିଳିନଥିଲା ଏ ହାକୁ ନେଇ ବଣିକ ସଙ୍ଘ ଥାନାରେ ଏତଲା ଦେଇଛି l ଗୁରୁବାର ଉଭୟ ପକ୍ଷଙ୍କ ସହ ଆଲୋଚନା କରି ବିବାଦର ସମାଧାନ କରାଯିବ ବୋଲି ଜଣାପଡିଛିl ବୃହତର ସ୍ୱାର୍ଥ କୁ ଦୃଷ୍ଟିରେ ରଖି ମାମଲାର ସମାଧାନ ଜରୁରୀ l

Leave A Reply

Your email address will not be published.