ହାଟ ସ୍ଥାନ ଜବରଦଖଲ ଉଛେଦ ଆରମ୍ଭ

ଫୁଲବାଣୀ, ୨୨/୦୯: ଫୁଲବାଣୀ ସହରର ଆଦିବାସୀଙ୍କ ପାଇଁ ଉଦିଷ୍ଟ ହାଟ ସ୍ଥାନକୁ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ମାଡିବସି ଅସ୍ଥାୟୀ ଦୋକାନ ଘର କରି ଥିବା କିଛି ବ୍ୟବସାୟୀଙ୍କ କେବିନକୁ ପୌର ପରିଷଦ ପକ୍ଷରୁ ଗୁରୁବାର ଉଛେଦ କରାଯାଇଛି l ତେବେ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ବେଆଇନ ଦୋକାନ ଘର ଭଙ୍ଗାଯିବ ବୋଲି ଜଣାପଡିଛି l ଆଦିବାସୀଙ୍କ ଉତ୍ପାଦିତ ପନିପରିବା ଓ ଅନ୍ୟାନ୍ୟ ଜିନିଷ ପତ୍ର ବିକ୍ରିବଟା କରିବାପାଇଁ ସହର ରେପୌର ପ୍ରଶାସନ ପକ୍ଷରୁ ହାଟର ବ୍ୟବସ୍ଥା କରାଯାଇଥିଲା l ତେବେ ଗତ କିଛି ବର୍ଷ ହେଲା ହାଟର ଅର୍ଧାଧିକ ସ୍ଥାନକୁ ଲୋକେ ମାଡିବସି କିଏ ପକ୍କା ଘର କରିଛି ତ ଆଉ କିଏ ଦୋକାନ କରି ମାଡ଼ିବସିଛନ୍ତି l ଫଳରେ ହାଟ ସ୍ଥାନ କମି ଯିବା ଦ୍ୱାରା ଆଦିବାସୀ ମନେ ଶେଷରେ ବାଧ୍ୟହୋଇ ରାସ୍ତା ଉପରେ ବସି ବିକ୍ରି କରୁଥିଲେ l କୁଇ ସମାଜ ପକ୍ଷରୁ ହାଟ ସ୍ଥାନ ମପାଯାଇ ଜବରଦଖଲ କାରୀଙ୍କୁ ଉଛେଦ କରିବାକୁ ଦାବି କରି ଆସୁଥିଲେ l ତେବେ ବିଳମ୍ବରେ ହେଲେ ବି ପୌର ପ୍ରଶାସନର ବଳିଷ୍ଠ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି l ତେବେ ଡ଼୍ରେନ ଉପରକୁ ଆସି ବ୍ୟବସାୟ କରୁଥିବା ଜବରଦଖଲକାରୀଙ୍କ ବିରୁଦ୍ଧରେ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟlନୁଷ୍ଠାନ ଗ୍ରହଣ କରିବା ମଧ୍ୟ ଜରୁରୀ ହୋଇପଡ଼ିଛି l ପୋୖରାଧ୍ୟକ୍ଷା ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହେଉଛି l

Leave A Reply

Your email address will not be published.