ସୋଆ କର୍ମଚାରୀଙ୍କ ଅକାଳ ବିୟୋଗ

ଭୁବନେଶ୍ୱର, ୨୨/୦୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଥିବା ଶ୍ରୀ ଲକ୍ଷ୍ମୀଧର ବାରିକ ଙ୍କର ହୃଦ୍‌ଘାତ ଯୋଗୁଁ ବୁଧବାର ଅକାଳ ବିୟୋଗ ଘଟିଛି । ସୋଆ ବିଶ୍ୱବିଦ୍ୟାଳୟର ଆରମ୍ଭରୁ ଦୀର୍ଘ ୨୬ବର୍ଷ ଧରି ସୋଆର ହେଡ୍ ଅଫିସ୍‌ରେ ପିଅନ୍ ଭାବେ କାର୍ଯ୍ୟ କରି ଆସୁଥିବା ସ୍ୱର୍ଗତଃ ବାରିକ ବୁଧବାର ସନ୍ଧ୍ୟା ସମୟରେ ଛାତିରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ହୃଦ୍‌ଘାତ ହେବା କାରଣରୁ ମୃତ୍ୟୁ ହୋଇଛି ବୋଲି ଘୋଷଣା କରିଥିଲେ ।
ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା । ଢେଙ୍କାନାଳ ଜିଲ୍ଲାର ଭାପୁର ଗ୍ରାମ ବାସିନ୍ଦା ସ୍ୱର୍ଗତଃ ବାରିକଙ୍କ ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।
ଅତ୍ୟନ୍ତ ମିଷ୍ଟଭାଷୀ ଏବଂ କର୍ତବ୍ୟନିଷ୍ଠ ସ୍ୱର୍ଗତଃ ବାରିକଙ୍କ ମୃତ୍ୟୁରେ ସୋଆରେ ଶୋକର ଛାୟା ଖେଳିଯାଇଛି । ଗୁରୁବାର ସୋଆ ପରିବାର ପକ୍ଷରୁ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ଏକ ଶୋକ ସଭାରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି ।
ଏହି ଶୋକ ସଭାରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ସୋଆ ଉପଦେଷ୍ଟା ମଣ୍ଡଳୀ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଓ ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା ଉପସ୍ଥିତ ଥିଲେ ।

Leave A Reply

Your email address will not be published.