ଅସହାୟ ଗୌରୀଙ୍କୁ ଆବାସ ଯୋଜନାରେ ଘର ମିଳିବ କେବେ ?

ଫୁଲବାଣୀ, ୨୨/୦୯: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଆଲାମି ପଞ୍ଚାୟତ ଅନ୍ତର୍ଗତ ସାଇନିପଦର ଗ୍ରାମର ମନୋଜ ଡିଗାଲଙ୍କ ପତ୍ନୀ ଗୌରୀ ଡିଗାଲ l ଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହିଛନ୍ତି l ବର୍ଷା ହେଲେ ଘରେ ପାଣି ପଶୁଛି l କେତେବେଳେ ଯେ ଘର ଭୁଷୁଳି ପଡିବ କହିହେବନି l ପ୍ରଧାନମନ୍ତ୍ରୀ ଆବାସ ଘର ଖଣ୍ଡିଏ ପାଇଁ ବାରମ୍ବାର ପଂଚାୟତ ସରପଞ୍ଚଠୁ ଆରମ୍ଭ କରି ଜିଲାପାଳ ପର୍ଯ୍ୟନ୍ତ ଗୁହାରି କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି l ସରକାରଙ୍କ ଏସଇବିସି ତାଲିକାରେ ଗୌରୀଙ୍କ ନାଁ ରହିଛି l ସେହିପରି ବିଧାୟକ ମଧ୍ୟ ଗୌରୀଙ୍କ ପାଇଁ ସୁପାରିଶ କରିଥିଲେ l ତଥାପି ଘର ଖଣ୍ଡିଏ ମିଳିନି ଏଯାଏଁ l ଏଣୁ ଅସହାୟ ଗୌରୀଙ୍କୁ ତୁରନ୍ତ ଘର ଖଣ୍ଡିଏ ଯୋଗାଇଦେଲେ ସେ ଅନ୍ତତଃ ସୁଖରେ ରହନ୍ତେ ବୋଲି ଗୌରୀ କହିଛନ୍ତିl ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆ ଏଥିପ୍ରତି ଦୃଷ୍ଟି ଦେଇ ଅଗ୍ରାଧିକାର ଭିତିରେ ଘର ଯୋଗାଇଦେବାକୁ ଦାବି ହେଉଛି l

Leave A Reply

Your email address will not be published.