ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ପଣସ ପୁଟ, ଅଣ୍ଡିରାପାଲ୍ଲୀ ଏବଂ ଯନ୍ତ୍ରୀ ଗ୍ରାମ ପଞ୍ଚାୟତର ୩୮୦ ଜଣଙ୍କୁ ଚିତ୍ରକୋଣ୍ଡା ତହସିଲ ତରଫରୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣଚନ୍ଦ୍ର ବାକା, ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଲ, ଚିତ୍ରକୋଣ୍ଡା ବ୍ଳକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ବରୀ ଖିଲ, ପଣସପୁଟ ସରପଞ୍ଚ ଶ୍ରୀ ଅର୍ଜ୍ଜୁନ ହନ୍ତାଳ ଏବଂ ଚିତ୍ରକୋଣ୍ଡା ବ୍ଳକ ବିଧାୟକ ପ୍ରତିନିଧି ଶ୍ରୀ ଅମିତ୍ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି। ବିଶେଷ କରି ଅଞ୍ଚଳରେ ପ୍ରାୟ ଲୋକଙ୍କ ପଟ୍ଟା ଖଣ୍ଡେ ନ ଥିବା ହେତୁ ଅନେକ ଲୋକ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା କାରଣ କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ସୁବିଧା ଯୋଗାଇ ଦିଆଯାଇଥିବା ଜଣାପଡିଛି। ବିଶେଷ କରି ପିଲାଙ୍କ ପାଠପଢା ପାଇଁ କିଛି ପ୍ରମାଣ ପତ୍ର କରିବାକୁ ହେଲେ ପଟ୍ଟାର ଆବଶ୍ୟକ ପଡୁଥିବା ଅଭିଯୋଗ ହୋଇଆସୁଥିଲା। ତହା ଆଜି ପୁରଣ ହୋଇଛି ବୋଲି ଅଞ୍ଚଳବାସି ଖୁସିରେ ବିଭୋର ହୋଇ ପଡ଼ିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.