ସ୍କୁଲ୍ ସମୟରେ ଭାରିଯାନ ଚଳାଚଳ ବନ୍ଦ୍ କଲେ ତହସିଲଦାର ଓ ଥାନା ଅଧିକାରୀ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ହେଉଛି ବାଣିଜ୍ୟ କାରବାର ରେ ଏକ ପେଣ୍ଠସ୍ଥଳୀ । ଏହି ବଜାର ଉପରେ ୮ଟି ପଞ୍ଚାୟତବାସୀ ନିର୍ଭରଶୀଳ। ଦୈନିକ ସ୍କୁଲ୍, କଲେଜ ଛାତ୍ରଛାତ୍ରୀ ମାନେ ମଧ୍ୟ ଯିବାଆସିବା କରିଥାନ୍ତି। ହେଲେ ବାଉଁଶୁଣି ଛକ ଉପରେ ଭାରିଯାନ ଯାତାୟାତ ପାଇଁ ବିଶେଷ କରି ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୋଛାପଡାରେ ଥିବା ୬ଟି କ୍ରସର୍ରୁ ଆସୁଥିବା ଭାରିଯାନ ଗୁଡ଼ିକ ପାଇଁ ଟ୍ରାଫିକ ସମସ୍ୟା ଉପୁଜିବା ସହ ଛାତ୍ର ଛାତ୍ରୀ ମାନେ ମଧ୍ୟ ଛୋଟ ବଡ଼ ଦୁର୍ଘଟଣାର ଶିକାର ହେଉଛନ୍ତି । ଯାହାକୁ ନେଇ ଅଞ୍ଚଳବାସି ତଥା ୪ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ଇଂ ରାକେଶ୍ ତ୍ରିପାଠୀ, ବାଉଁଶୁଣି ସରପଞ୍ଚ ଅଇଁଠୁ ମହାଲିକ୍, ବାଉଁଶୁଣି ନାଗରିକ କମିଟି, ବାଉଁଶୁଣି ୟୁଥ୍ କ୍ଳବ୍ର ଯୁବକ ମାନେ ବାଉଁଶୁଣି ଥାନା ନୂତନ ଭାରପ୍ରାପ୍ତ ଥାନା ଅଧିକାରୀ ସସ୍ମିତା ମଗରଙ୍କୁ ସ୍କୁଲ୍ ସମୟ ସକାଳ ୯:୩୦ ରୁ ୧୦:୩୦ ପର୍ଯ୍ୟନ୍ତ ଏବଂ ଅପରାହ୍ନ ୩:୩୦ ରୁ ୪:୩୦ ପର୍ଯ୍ୟନ୍ତ କ୍ରସର୍ର ଭାରିଯାନ ଗୁଡ଼ିକ ଚଳାଚଳ ବନ୍ଦ ରଖିବା ପାଇଁ ଅବଗତ କରାଇଥିଲେ । ଥାନା ଅଧିକାରୀ ତତ୍ପରତା ସହ ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାସ୍ ଙ୍କ ସହ ଆଜି ବିଭିନ୍ନ ବିଦ୍ୟାଳୟ ପ୍ରଧାନଶିକ୍ଷକ ମାନଙ୍କ ସହ ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷିତ ଯାତାୟାତ ବିଷୟରେ ଆଲୋଚନା କରିବା ସହିତ କ୍ରସର୍ ମାଲିକ ମାନଙ୍କୁ ସ୍କୁଲ୍ ସମୟରେ ଭାରିଯାନ ଚଳାଚଳ ବନ୍ଦ ରଖିବା ପାଇଁ ତାଗିଦ୍ କରିଥିଲେ।

Leave A Reply

Your email address will not be published.