ସୁଡ୍ରା ପଞ୍ଚାୟତରେ ସ୍ୱଚ୍ଛ ଭାରତ

ଫୁଲବାଣୀ, ୨୩/୦୯: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ଗ୍ରାମ ପଞ୍ଚାୟତରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ସରୋଜିନୀ ମଲ୍ଲିକଙ୍କ ନେତୃତ୍ୱରେ ସୁଡ୍ରା ବଜାର ହାଟ, ବିଦ୍ୟାଳୟ ପରିସର ଆଦି ବିଭିନ୍ନ ଅଞ୍ଚଳରେ ଗାଁ ଲୋକେ ମିଳିମିଶି ସଫା ସୁତରା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ଡିଗାଲ, କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ସାବତ, ବ୍ଲକ ସଂଯୋଜକ ସୁନୀଲ କୁମାର ଡିଗାଲ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ରାମବାସୀ ପ୍ରମୁଖ ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଲାଗି ସମସ୍ତେ ଶପଥ ମଧ୍ୟ ନେଇଥିଲେ l

Leave A Reply

Your email address will not be published.