xmas

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ଆଜି ବିଶ୍ୱ ଭରସା କରୁଛି – ଧର୍ମେନ୍ଦ୍ର ପ୍ରଧାନ

ପଶ୍ଟିମବଙ୍ଗ ଗସ୍ତରେ କେନ୍ଦ୍ରମନ୍ତ୍ରୀ
କୋଲକାତାରେ ସାଂଗଠନିକ ବୈଠକରେ ଯୋଗଦେଲେ
ନେତାଜୀ ଭବନ ପରିସରେ ନେତାଜୀଙ୍କ ପ୍ରତିମୂର୍ତ୍ତିର ଶ୍ରଦ୍ଧାଞ୍ଜଳି ଅର୍ପଣ
ମା’ ଦକ୍ଷିଣ କାଳୀଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

କୋଲକାତା, ସେପ୍ଟେମ୍ବର ୨୩ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱ ଉପରେ ଆଜି ବିଶ୍ୱ ଭରସା କରୁଛି ବୋଲି ଶୁକ୍ରବାର କୋଲ୍କାତାର ଚାରୋଟି ଲୋକସଭା ନିର୍ବାଚନ ମଣ୍ଡଳିକୁ ନେଇ ଅନୁଷ୍ଠିତ ସାଂଗଠନିକ ବୈଠକରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଦମ ଦମ, ଯାଦବପୁର, କୋଲକାତା ନର୍ଥ ଏବଂ କୋଲକାତା ସାଉଥର ନିର୍ବାଚନମଣ୍ଡଳୀକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କୋର କମିଟି ସଦସ୍ୟ, ଲୋକସଭା ଏବଂ ବିଧାନସଭାର ଇନଚାର୍ଜ, ବରିଷ୍ଠ ନେତା ଏବଂ ଜିଲ୍ଲା ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ବିକାଶ ଯାତ୍ରା ବିଶେଷ ଭାବରେ ଅମୃତ କାଳରେ ପଶ୍ଟିମବଙ୍ଗ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିବ । ଆମର କାର୍ଯ୍ୟକର୍ତ୍ତାମାନେ ତୃଣମୂଳ କଂଗ୍ରେସର ଅତ୍ୟାଚାର ଓ ଦୁର୍ନୀତି ବିରୋଧରେ ଲଢେଇ କରିବା ତଥା ପଶ୍ଟିମବଙ୍ଗବାସୀଙ୍କ କଲ୍ୟାଣ ପାଇଁ ଉଦ୍ୟମ ଜାରି ରଖିବେ । ଆଜି ବିଶ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଉପରେ ଭରସା କରୁଛି । କୋଲକାତାର ଲୋକସଭା ନିର୍ବାନଚନମଣ୍ଡଳୀଙ୍କ ପ୍ରଧାନମନ୍ତ୍ରୀଙ୍କ ସୁଶାସନକୁ ପ୍ରତ୍ୟେକ ଘରେ ପହଞ୍ଚେଇବା ପାଇଁ ଶ୍ରୀ ପ୍ରଧାନ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ କରିଛନ୍ତି ।
ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ କୋଲକାତା ସ୍ତିତ ‘ନେତାଜୀ ଭବନ’ ପରିସରେ ଥିବା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ସହ କୋଲକାତା ଠାରେ ମା’ ଦକ୍ଷିଣ କାଳୀଙ୍କ ମନ୍ଦିର ପି ଶ୍ୟାମ ମନ୍ଦିର ଦର୍ଶନ କରିବା ସହ ପୂଜା ପୂଜାର୍ଚନା କରିଥିଲେ ।

Leave A Reply

Your email address will not be published.