ଜଳସ୍ତର ବୃଦ୍ଧି କରିବାକୁ ପ୍ରୟାସ

ଫୁଲବାଣୀ, ୨୩/୦୯: କନ୍ଧମାଳ ଜିଲ୍ଲାରେ ଜଳସ୍ତର ବୃଦ୍ଧି କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥାସାଧ୍ୟ ପ୍ରୟାସ କରାଯାଉଛି l ଜିଲ୍ଲାରେ ଜଳସ୍ତର ଦିନକୁ ଦିନ କମିଯାଉଥିବା ଫଳରେ ବିଶେଷ କରି ଖରା ଦିନରେ ଲୋକେ ଜଳ କଷ୍ଟ ଭୋଗୁଛନ୍ତିl ପାଣି ଗରା ଏ ପାଇଁ ମାଇଲ ମାଇଲ ବାଟ ଲୋକଙ୍କୁ ଯିବାକୁପଡୁଛି l ନଳ କୂପ, ନଦୀ ନାଳ ଆଦି ସବୁ ଶୁଖିଯାଉଛି l ଏହାକୁ ଦୃଷ୍ଟିରେ ରଖି ଜଳସ୍ତର କିପରି ବୃଦ୍ଧି ହେବ ଆଉ ଜଳ ସଙ୍କଟ ଯେପରି ଦୂର ହେବ ସେନେଇ ଏବେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ନୂତନ ଯୋଜନା ମାନ ପ୍ରସ୍ତୁତ କରାଯାଇ କାର୍ଯ୍ୟ କରା ଯାଉଥିବା ଦେଖାଯାଉଛି l ବର୍ଷା ଦିନରେ ନଦୀନାଳକୁ ବୋହି ଯାଇ ନଷ୍ଟ ହୋଇଯାଉଥିବା ଜଳକୁ ଅମଳ କରିବା ସହିତ ଭୁ -ଅଭ୍ୟନ୍ତରରେ ଥିବା ଜଳସ୍ତର ବୃଦ୍ଧି କରିବା ନିମନ୍ତେ ଅଚଳ ନଳକୂପ ମାନଙ୍କୁ ଚିହ୍ନଟ କରାଯାଇ ଉପଯୋଗ କରାଯାଉଥିବା ବିଭାଗୀୟ ଏସ ଇ.ଇଂ. ବିକାଶ ଚନ୍ଦ୍ର ଦାଶ କହିଛନ୍ତି ଜୀଲାର ୧୨ଟି ଯାକ ବ୍ଲକରେ ଏଭଳି କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି l ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମଧ୍ୟ କେତକ ବ୍ଲକରେ ଏହି ପ୍ରକଳ୍ପ ଦେଖି ସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି l ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଏସ ଇ ଇଂ. ବିକାଶ ଚନ୍ଦ୍ର ଦାଶଙ୍କ ଵ୍ୟକ୍ତିଗତ ନିଷ୍ଠାପର ଉଦ୍ୟମ, ଆନ୍ତରିକତା, କାର୍ଯ୍ୟଦକ୍ଷତା ଯୋଗୁଁ ବର୍ତମାନ ଏହି ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିବା ସହ ନୂତନ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟମାନ ମଧ୍ୟ ହାତକୁ ନିଆଯାଇଥିବା ଦେଖିବାକୁ ମିଳିଛିl

Leave A Reply

Your email address will not be published.