xmas

୬୯ଟି ବିଦ୍ୟାଳୟକୁ ଜମି ପଟ୍ଟା ମିଳିଲା

ଫୁଲବାଣୀ, ୨୪/୦୯: କନ୍ଧମାଳ ଜିଲ୍ଲାର ୬୯ଟି ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଶୁକ୍ରବାର ତହସିଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଜମି ପଟ୍ଟା ପ୍ରଦାନ ଉତ୍ସବରେ ଫୁଲବାଣୀ ତହସିଲଦାର ଦିନମଣି ନାୟକ ,ଫୁଲବାଣୀ ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କହଁର ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ରଙ୍କ ଉପସ୍ଥିତିରେ ସ୍କୁଲର ନିଜସ୍ୱ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ଏହା ରାଜ୍ୟ ସରକାରଙ୍କର ଏକ ସରକାରୀ ଦିଦ୍ୟାଳୟମାନଙ୍କ ପାଇଁ ସ୍ୱତନ୍ତ୍ର ଡ୍ରାଇଭ୍ ଥିଲା । ଏହି ଯୋଜନାରେ ସରକାର ଓ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ ଜମି ପଟ୍ଟା ପ୍ରଦାନ କରାଯାଇଥିଲା। ପୂର୍ବରୁ ଏସବୁ ସରକାରୀ ବିଦ୍ୟାଳୟଗୁଡିକରେ ବର୍ଷ ବର୍ଷ ଧରି ନିଜସ୍ୱ ଜମି ପଟ୍ଟା ନଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେବାରେ ବହୁ ଅସୁବିଧା ସୃଷ୍ଟିହେଉଥିଲା l ଏଣିକି କୌଣସି ଅସୁବିଧା ଆଉ ରହିବନି ବୋଲି ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଅଶୋକ ମିଶ୍ର କହିଛନ୍ତି l ଫଳରେ ରାଜସ୍ବ ଓ ଶିକ୍ଷା ବିଭାଗର ମିଳିତ ଭାବେ ଜମି ପଟ୍ଟା ପ୍ରଦାନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା l ସେହିପରି ଅନ୍ୟ ବିଦ୍ୟାଳୟଗୁଡିକୁ ମଧ୍ୟ ପର୍ଯ୍ୟାୟ କ୍ରମେ ଜମି ପଟ୍ଟା ଯୋଗାଇ ଦିଆଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କହଁର କହିଛନ୍ତି l

Leave A Reply

Your email address will not be published.