xmas

ମଦକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ଟିପ୍ପଣୀ, ସ୍ୱଳ୍ପ ମଦ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି କହି ଖାରଜ କରିଦେଲେ ପିଆଇଏଲ !

ମଦ୍ୟପାନକୁ ନେଇ ବଡ ଟିପ୍ପଣୀ ଦେଲେ ସୁପ୍ରିମକୋର୍ଟ । ଅନେକଙ୍କ ମତରେ ସ୍ୱଳ୍ପ ମଦ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ଅଶ୍ଵିନୀ ଉପାଧ୍ୟେୟ ଦାୟର କରିଥିବା ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ମଦ ବିଷୟରେ ଏଭଳି ମତ ରଖିଛନ୍ତି ସୁପ୍ରିମକୋର୍ଟ । ତମାଖୁ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରଣ ହୋଇଥିବାରୁ ତମାଖୁ ପ୍ଯାକେଟରେ ଯେପରି ଫଟୋ ସହ ବୈଧାନିକ ସତର୍କ ସୂଚନାକୁ ବାଧ୍ୟତାମୂଳକ କରାଯାଇଛି ମଦ ବୋତଲରେ ମଧ୍ୟ ସେହିପରି କରାଯାଉ ବୋଲି ପିଆଇଏଲ ଦାୟର ହୋଇଥିଲା ।

ହେଲେ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବା ପାଇଁ ସିଧାସଳଖ ମନା କରିଦେଇଛନ୍ତି । ଏହାକୁ ଏକ ନୀତିଗତ ନିଷ୍ପତ୍ତି ବୋଲି କହିବା ସହ ଏହି ଅଧିକାର ସରକାରଙ୍କ ଉପରେ ରହିଛି ବୋଲି ସ୍ପଷ୍ଟ କରିହାନ୍ତି ସୁପ୍ରିମକୋର୍ଟ । ମଦକୁ ନେଇ ଅନେକ ତର୍କବିତର୍କ ସାମ୍ନାକୁ ଆସିଥାଏ । ଆଉ ସୁପ୍ରିମକୋର୍ଟଙ୍କ ଏଭଳି ମନ୍ତବ୍ୟ ମଦ ସମ୍ପର୍କିତ ଆଲୋଚନାକୁ ଖୋରାକ ଯୋଗାଇଛି । ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ, ଜଷ୍ଟିସ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ ଏସ. ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି ।

ପିଆଇଏଲ ଦାୟର କରିଥିବା ଅଶ୍ଵିନୀ ଉପଧ୍ୟେୟଙ୍କ ଯୁକ୍ତି ହେଉଛି, ମଦକୁ ସଂପୂର୍ଣ୍ଣ ବନ୍ଦ କରିବା କଥା ସେ କହୁନାହାନ୍ତି କିନ୍ତୁ ମଦ ଉପରେ ବୈଧାନିକ ସତର୍କତା ଜରୁରୀ । ଅନେକ ରୋଗ ଓ ଦୁର୍ଘଟଣା ପାଇଁ ମଦ ଦାୟୀ ହୋଇଥିବାରୁ ସିଗାରେଟ ଭଳି ମଦ ଉପରେ ଏହି କଥା ଲେଖାଯିବା ଦରକାର ।

ହେଲେ ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହାକୁ ପ୍ରତ୍ୟାହାର କରିନେବା ପାଇଁ ତାଗିଦ କରିଥିଲେ । ଏପରିକି ଲ’ କମିଶନରେ ଆବେଦନ କରିବା ନିବେଦନକୁ ମଧ୍ୟ ଅଗ୍ରାହ୍ୟ କରିଛନ୍ତି ସୁପ୍ରିମକୋର୍ଟ ।

Leave A Reply

Your email address will not be published.