xmas

ପଣ୍ଡିତ ଦିନଦୟାଲଙ୍କ ଜନ୍ମ ଦିବସ ପାଳିତ

ଫୁଲବାଣୀ, ୨୫/୦୯: ରବିବାର ଫିରିଙ୍ଗିଆ ବ୍ଲକର ନୂଆପଦର ପଞ୍ଚାୟତର ଜାରଗିପଡା ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଯୁବକ ସଙ୍ଘ ଜାରଗିପଡାର ମିଳିତ ଆନୁକୂଲ୍ୟରେ ପଣ୍ଡିତ ଦିନଦୟାଳୁଙ୍କ ଜନ୍ମ ଦିବସ ପାଳିତ ହୋଇ ଯାଇଅଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଉନ୍ନୟନ ଅଧିକାରୀ ଫିରିଙ୍ଗିଆ ରଶ୍ମି ରଞ୍ଜନ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ସରପଞ୍ଚ ଭବାନୀ ଶଙ୍କର କହ୍ନର, ଶିକ୍ଷକ ଜନ୍ମେଜୟ କହ୍ନର, ସାମ୍ବାଦିକ ଶରତ କୁମାର ମହାନ୍ତି, ନାରାୟଣ ମଲ୍ଲିକ, ମୟୁରଭଞ୍ଜ ମଲ୍ଲିକ, ଉଦୟ ନାଥ ମଲ୍ଲିକ, ସୁବାଷ ମଲ୍ଲିକ ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ , ସ୍ୱେଚ୍ଛାସେଵୀ ସୁଭଦ୍ରା କହ୍ନର ଯୋଗ ଦେଇଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଯୁବକ ସଙ୍ଘର ସଭ୍ୟ ସଭ୍ୟା ଯୋଗ ଦେଇ କାର୍ଯ୍ୟକ୍ରମ କରିଥିଲେ l ଏହି ଦିବସରେ ଆଲୋଚନା ଚକ୍ର, ପଦଯାତ୍ରା, ସ୍ଵଚ୍ଛ ଭାରତ, ଫୂଟବଲ ପ୍ରତିଯୋଗିତା, ବୃକ୍ଷ ରୋପଣ ଇତ୍ୟାଦି କାର୍ଯ୍ୟକ୍ରମ ହୋଇଥିଲା l ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସର ମୁକ୍ଷ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ଅବଗତ କରିଥିଲେ l ବୈଠକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଯୁବକ ସଙ୍ଘର ସଭାପତି ଦୀନବନ୍ଧୁ କହ୍ନର ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ସ୍ୱାଗତ କରିଥିବା ବେଳେ ନେହରୁ ଯୁବ କେନ୍ଦ୍ରର ସୁଭଦ୍ରା କହ୍ନର ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ l

Leave A Reply

Your email address will not be published.