xmas

ବୌଦ୍ଧ ଜିଲ୍ଲା ଔଷଧ ବ୍ୟବସାୟୀ ସଂଘର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ

ବୌଦ୍ଧ/କଣ୍ଟାମାଳ: ବୌଦ୍ଧ ସହରସ୍ଥିତ ଟାଉନହଲ ଠାରେ ଶନିବାର ବୌଦ୍ଧ ଜିଲ୍ଲା ଔଷଧ ବ୍ୟବସାୟୀ ସଂଘର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ପାଇଁ କର୍ମକର୍ତ୍ତା ଚୟନ କରାଯାଇଛି । ସଭାପତି ଭାବେ ଗିରଧାରୀ ଲାଲା ଅଗ୍ରୱାଲା, ସଂପାଦକ ପ୍ରାଣବନ୍ଧୁ ପ୍ରଧାନ ମନୋନୀତ ହୋଇଥିଲେ । ପରେ ଜିଲ୍ଲା ସଭାପତି ଶ୍ରୀ ଅଗ୍ରୱାଲାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥିଭାବେ ୟୁସିଡିଏର ରାଜ୍ୟ ସଭାପତି ବି,ସତ୍ୟନାରାୟଣ, ରାଜ୍ୟ ସଂପାଦକ ପ୍ରଶାନ୍ତ ମହାପାତ୍ର ,ନୟାଗଡ ଔଷଧ ବ୍ୟବସାୟୀ ସଂଘର ସଭାପତି ପ୍ରହଲ୍ଳାଦ ସାହୁ , କଳାହାଣ୍ଡି ଔଷଧ ବ୍ୟବସାୟୀ ସଂଘର ଜିଲ୍ଲା ସଭାପତି ଅଶୋକ ରାଉତ, ଅନନ୍ତ ନାରାୟଣ ମହାରଣା ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ସଂଘର ସଦସ୍ୟ ଭାବାନୀ ଶଙ୍କର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ସୁରଜ ଅଗ୍ରୱାଲା ପରିଚାଳନାରେ ସହଯୋଗ କରିଥିଲେ । ନିର୍ବାଚନ ଅଧିକାରୀ ଭାବେ ସଂଘର ବରିଷ୍ଠ ସଦସ୍ୟ ସିଦ୍ଧେଶ୍ୱର ଅଗ୍ରୱାଲା ଓ ମଙ୍ଗଳ ବେହେରା ନିର୍ବାଚନକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.