xmas

କବିତା ପାଠୋତ୍ସବ ଓ ପୁସ୍ତକ ଉନ୍ମୋଚନ

ଫୁଲବାଣୀ, ୨୬/୦୯: ସୋମବାର ଆଇଟିଡିଏ ସମ୍ମିଳନୀ କକ୍ଷଠାରେ କେନ୍ଦ୍ରୀୟ ନେହେରୁ ଯୁବା କେନ୍ଦ୍ର ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ ପ୍ରତିଯୋଗିତାରେ ବିଚାରପତି ରୂପେ ଜିଲ୍ଲା ଲେଖକ ସାମୁଖ୍ୟ ସଭାପତି ତଥା ଆଇନଜୀବୀ ରବୀନ୍ଦ୍ର ନାଥ ମିଶ୍ର, ବିଶିଷ୍ଟ କବୟିତ୍ରୀ ତଥା କବି ସୌରଭ ଶ୍ରୀମତି ବୈଜୟନ୍ତୀ ମାଳା ମହାପାତ୍ର, ସ୍ଵେଛାସେବୀ ଜି .କେ ପାଢ଼ୀ ଉପସ୍ଥିତ ରହି କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଚବିସ ଜଣ ପ୍ରତିଯୋଗୀଙ୍କ କବିତାକୁ ବିଭିନ୍ନ ଦୃଷ୍ଟିକୋଣରୁ ମୂଲ୍ୟାୟନ କରିଥିଲେ l ଏହି ଅବସରରେ ଶ୍ରୀମତୀ ବୈଜୟନ୍ତୀ ମାଳା ମହାପାତ୍ରଙ୍କ କବିତା ସଂକଳନ “ଘେନ ଅଭିନନ୍ଦନ” ର ଶୁଭ ଉନ୍ମୋଚନ ହୋଇଥିଲା l ଏହାକୁ ଜିଲ୍ଲା ଲେଖକ ସାମୁଖ୍ୟର ସଭାପତି ରବିନ୍ଦ୍ରନାଥ ମିଶ୍ର ଉନ୍ମୋଚନ କରିଥିଲେ l ଆଜିକାଲି ସାହିତ୍ୟ ଓ କବିତା ପ୍ରତି ଯୁବ ସମାଜ ଦୂରେଇଯାଉଥିବାରୁ ଏଭଳି ପ୍ରତିଯୋଗିତା ଦ୍ୱାରା ଅଧିକରୁ ଅଧିକ କବି ଓ ସାହିତ୍ୟିକ ସୃଷ୍ଟି ହେବା ସହ କବିତା ପ୍ରତି ଆଗ୍ରହ ବୃଦ୍ଧି ହେବ ବୋଲି କବୟିତ୍ରୀ ବୈଜୟନ୍ତୀ ମାଳା ମହାପାତ୍ର ଓ ସାହିତ୍ୟିକ ମିଶ୍ର କହିଛନ୍ତି l

Leave A Reply

Your email address will not be published.