xmas

ବିଧାୟକ ପରିଦର୍ଶନ କଲେ ଇଣ୍ଡୋର ଷ୍ଟାଡିୟମ୍ ଓ ଶିଶୁଉଦ୍ୟାନ

ନୟାଗଡ଼: ଦଶପଲ୍ଲା ସହରରେ ନିର୍ମାଣାଧୀନ ବିଜୁ ପଟ୍ଟନାୟକ ଇନ୍‌ଡୋର୍ ଷ୍ଟାଡିୟମ୍ ଓ ବିଜୁପଟ୍ଟନାୟକ ଶିଶୁ ଉଦ୍ୟାନକୁ ଆଜି ଅପରାହ୍ନରେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଓ ବିଧାୟକ ରମେଶ ଚନ୍ଦ୍ର ବେହେରା ପରିଦର୍ଶନ କରିଛନ୍ତି । ୨ଟିଯାକ ପ୍ରକଳ୍ପ କାର୍ଯ୍ୟ କିପରି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରାଯିବ ପୂର୍ତ୍ତବିଭାଗ ଓ ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଇନ୍‌ଡୋର୍ ଷ୍ଟାଡିୟମ୍ ନିକଟରେ ଥିବା ହାତୀଶାଳ ପୁଷ୍କରିଣୀକୁ ସୌନ୍ଦର୍ଯ୍ୟକରଣ କରାଯାଇ ସୁଇମିଙ୍ଗପୁଲ୍ ଓ ସହର କେନ୍ଦ୍ରସ୍ଥଳରେ ଥିବା ବାବୁବସା ପୋଖରୀର ଉନ୍ନତିକରଣ କରାଯିବାକୁ ବିଧାୟକ ସୂଚନା ଦେଇଥିଲେ ।

Leave A Reply

Your email address will not be published.