ବରଗଡ଼ ଜିଲ୍ଲା ପଦ୍ମପୁର ଘରୋଇ ଜେନିଥ ସ୍କୁଲର ବସ ଦୂର୍ଘଟଣା; ବହୁ ଛାତ୍ରଛାତ୍ରୀ ଆହତ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଥିବା ଘରୋଇ ସ୍କୁଲ ଜେନିଥର ଏକ ବସ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲରୁ ଫେରୁଥିବା ବେଳେ ଦ୍ରୁତଗତି ଯୋଗୁଁ ଦୂର୍ଘଟଣା ଘଟି ୧୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଉକ୍ତ ଘଟଣାଟି ସ୍କୁଲରୁ ମାତ୍ର କିଛି ଦୂରରେ ଘଟିଛି। ଘଟଣା ଘଟାଇଥିବା ଡ୍ରାଇଭରଙ୍କ ପ୍ରତି କୈାଣସି ଲଗାମ ନ ଥିବା ଓ ଏଥିପ୍ରତି ସ୍କୁଲ ମାଲିକ କିମ୍ବା ସ୍ଥାନୀୟ ପୋଲିସ କିମ୍ବା ଆରଟିଓ କେବେ ଗୁରୁତ୍ବ ଦେବାକୁ ଚେଷ୍ଟା କରିନଥିବା କାରଣରୁ ଏଭଳି ଘଟଣା ଘଟିଛି ବୋଲି ଅଭିଭାବକ ଅସନ୍ତୋଷ ପ୍ରକଟ କରିଛନ୍ତି। ଘଟଣାରୁ ଜଣା ପଡିଛି ଯେ ଛତିଶଗଡ଼ର ନମ୍ବର ଥିବା ଏକ ପୁରୁଣା ବସରେ ପ୍ରତିଦିନ ଭଲି ଆଜି ବି ଆବଶ୍ୟକତାଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ବସ୍ଟି ବାହାରିଥିଲା । ସ୍କୁଲର ମାତ୍ର କିଛି ଦୂର ଝାଙ୍କରପାଲି ଗାଁ ନିକଟରେ ଦ୍ରୁତଗତି ଚାଲନା ଯୋଗୁଁ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା ଫଳରେ ସମସ୍ତ ଛାତ୍ରଛାତ୍ରୀ ନିଜେ ନିଜେ ବହୁ କଷ୍ଟରେ ଜୀବନ ବଞ୍ଚାଇଥିଲେ। ସଙ୍ଗେ ସଙ୍ଗେ ପାଟିତୁଣ୍ଡ ଶୁଣି ଜନସାଧାରଣ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ। ପରେ ସମସ୍ତେ ଛାତ୍ରଛାତ୍ରୀଙ୍କୁ ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନା ପହଞ୍ଚାଇ ଚିକିତ୍ସା କରାଯାଇଥିଲା ଏମାନଙ୍କ ମଧ୍ୟରୁ ପ୍ରାୟ ୧୫ ଛାତ୍ରଛାତ୍ରୀ ଗୁରୁତର ଆହତ ଥିବା ଜଣା ପଡିଛି। ଏହି ଘଟଣାକୁ ନେଇ ଜେନିଥ ସ୍କୁଲ ମାଲିକଙ୍କ ଅବହେଳାକୁ ଦାୟୀ କରାଯାଇ ଗିରଫ କରିବା ପାଇଁ ଅଭିଭାବକ ମହଲରେ ଦାବି ହୋଇଛି।

Leave A Reply

Your email address will not be published.