xmas

ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ର ଦ୍ଵିତୀୟ ଥର ଅଧ୍ୟକ୍ଷ ହେଲେ ଆଡ଼ମା ରାବା

ମାଲକାନଗିରି,୨୭।୯ ମାଲକାନଗିରି ଜିଲ୍ଲାରେ ଦୀର୍ଘଦିନ ଧରି ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ପଦବୀ ଖାଲି ପଡିଥିବା ବେଳେ ଏହି ପଦବୀ ନିମନ୍ତେ ଆଜି ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଆଡ଼ମା ରାବାଙ୍କୁ ଅଧ୍ୟକ୍ଷ ଭାବେ ଦାଇତ୍ୱ ପ୍ରଦାନ କରାଯାଇଛି । ପୂର୍ବରୁ ସେ ଏହି ପଦବୀରେ ଥିବାବେଳେ ସେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିବା ସହ ଦୀର୍ଘ ସମୟ ଧରି ଏହି ପଦବୀରେ ଥିଲେ । ଏହାପରେ ଏହି ପଦବୀରେ ପୂର୍ବତନ ବିଧାୟକ ମାନସ ମାଡକାମୀ ରହିଥିବା ବେଳେ ସେ ମଧ୍ୟ ଦୀର୍ଘଦିନ ଧରି ଏହି ପଦବୀରେ ରହିଥିବା ବେଳେ ତାଙ୍କ ପରେ ବିଗତ ଅନେକ ଦିନ ହେଲାଣି ଏହା ଖାଲି ରହିଥିଲା । ତେବେ ଆଜି ଏହି ପଦବୀ ନିମନ୍ତେ ଶ୍ରୀ ରାବାଙ୍କୁ ଦାଇତ୍ୱ ଦିଆଯାଇଛି । ପୂର୍ବରୁ ବାରମ୍ବାର ଖାଲି ପଡ଼ିଥିବା ଅଧ୍ୟକ୍ଷ ପଦ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହୋଇ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ ପରେ ଆଜି ଅଧ୍ୟକ୍ଷ ପଦ ଗୁଡ଼ିକ ମନୋନୀତ ହୋଇଥିଲେ । ଅଧ୍ୟକ୍ଷ ପଦ ପୂରଣ ପରେ ମାଲକାନଗିରି ଜିଲ୍ଲା ବିଜେଡି ସଙ୍ଗଠନ ଆହୁରି ମଜବୁତ୍ ହେବ ବୋଲି ଚର୍ଚ୍ଚା ଜୋର୍ ଧରିଛି ।

Leave A Reply

Your email address will not be published.